

ଯାଜପୁର (ସମୃଦ୍ଧ ଓଡିଶା) ଯାଜପୁର ଜିଲ୍ଲାରେ ଥିବା ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ସୁର୍ଯ୍ୟାଲୋକ ସମାଜସେବା ସଂଗଠନର ସ୍ୱଚ୍ଛଭାରତ, ସଡ଼କ ସୁରକ୍ଷା, ଗରିବ ଅସହାୟକୁ ସାହଯ୍ୟ ଓ ରକ୍ତଦାନ ଅଭିଯାନ କରିବା ସହିତ ଆଜି ଆରମ୍ଭ କରିଛି ଏକ ନିଆରା କାର୍ଯ୍ୟକ୍ରମ “ଅର୍ଣ୍ଣଦାନ ମହତ ଦାନ” କାର୍ଯ୍ୟକ୍ରମ । ବେଳେବେଳେ ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ମାନେ ଅର୍ଥ ଅଭାବରୁ ପ୍ରାୟତଃ ଭୋକିଲା ରହିବାକୁ ପଡିଥାଏ । ଏଣୁ ସୁର୍ଯ୍ୟାଲୋକ ସମାଜ ସେବା ସଂଗଠନ ତରଫରୁ ଭୋକିଲା ପେଟକୁ ଦୁଇମୁଠା ଅର୍ଣ୍ଣ ଯୋଗାଇ ଦେବାକୁ ପାଥେୟ କରି ଜିଲ୍ଲା ସରକାରୀ ଚିକିତ୍ସାଳୟ ପାଖରେ ଆରମ୍ଭ କରିଛି ଅର୍ଣ୍ଣଦାନ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ଗରିବ, ଅସହାୟ ଓ ଭୋକିଲା ଲୋକଙ୍କୁ ମାଗଣାରେ ଅର୍ଣ୍ଣ ପ୍ରଦାନ କରାଯାଇଥିଲା । ଏଥିରେ ସୁର୍ଯ୍ୟାଲୋକ ସମାଜ ସେବା ସଂଗଠନ ସମସ୍ତ କର୍ମୀ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ବସୁବନ୍ଧୁ ଦାସ

