

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି ସ୍ଥାନୀୟ ସୁଲକ୍ଷଣା ଦେବୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୩୪ ତମ ଜାତୀୟ ଚକ୍ଷୁଦାନ ପକ୍ଷରୁ ଏକ ରାଲି କରାଯାଇଛି । ଏହି ରାଲିରେ ପୁର୍ଣ୍ୟ କାମ ମୃତ୍ୟୁ ପରେ ଚକ୍ଷୁ ଦାନ, ମୃତ୍ୟୁ ବ୍ୟକ୍ତିର ଚକ୍ଷୁ ଦାନ କରି ଅନ୍ୟର ଜୀବନ ରକ୍ଷା କରନ୍ତୁ, ଭାରତର ୧୫ କୋଟି ଲୋକ ଅନ୍ଧ, ସ୍ଵେଛାକୃତ ଭାବେ ଚକ୍ଷୁଦାନ କରି ଅନ୍ୟକୁ ଦୃଷ୍ଟି ଶକ୍ତି ଯୋଗାଇ ଦିଅନ୍ତୁ ବୋଲି ନାରା ଦେଇଥିଲେ । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମିନତୀ ଦେହୁରୀ, ନରସୀମା ବେଗମ, ଏଡିପିଏଚସିଓ କବିତାରାଣୀ ପଟ୍ଟନାୟକ ଏସଭି ଆଇସ ପିସି ଡ. ଅଭିମନ୍ୟୁ ଆଚାର୍ଯ୍ୟଙ୍କ ସମେତ ବହୁ ଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି