ସୁଷମା ସ୍ୱରାଜଙ୍କ ପରଲୋକରେ ଗଞ୍ଜାମ ବିଜେପି ପକ୍ଷରୁ ଗଭୀର ଶୋକ…

ଛତ୍ରପୁର (ସମୃଦ୍ଧ ଓଡିଶା) ବରିଷ୍ଠ ବିଜେପି ନେତ୍ରୀ ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କର ଗତ ରାତିରେ ହୃଦଘାତରେ ପରଲୋକ ହୋଇଯାଇଛି । ସେ ମଙ୍ଗଳବାର ରାତିରେ ନୂଆଦିଲ୍ଲୀସ୍ଥିତ ଏମ୍ସ ହସ୍‌ପିଟାଲ୍‌ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା । ସୁଷମାଙ୍କ ଅକାଳ ବିୟୋଗରେ ଗଞ୍ଜାମ ବିଜେପି ପକ୍ଷରୁ କାହ୍ନୁ ଚରଣ ପତି ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି ପୂର୍ବତନ ବିଦେଶ ମନ୍ତ୍ରୀ ଆମ ଦଳର ବରିଷ୍ଠ ନେତ୍ରୀ ଶ୍ରୀମତୀ ସୁଷମା ସ୍ୱରାଜ ଜୀଙ୍କ ନିଧନରେ ମୁଁ ମର୍ମାହତ ଭଗବାନ ଜଗନ୍ନାଥ ତାଙ୍କର ଆତ୍ମାକୁ ସତଗତି ଦିଅନ୍ତୁ ।
ପୂର୍ବତନ ବିଦେଶ ମନ୍ତ୍ରୀ ତଥା ଭାରତର ଜଣେ ଅଗ୍ନିବର୍ଷୀ ନେତ୍ରୀ ସ୍ୱର୍ଗତ ସୁଷମା ସ୍ୱରାଜ ଥିଲେ । ସେ ହରିୟାଣାରେ ୧୪ ଫେବୃୟାରୀ ୧୯୫୨ରେ ଜନ୍ମ ଗ୍ରହଣ କରିଥିଲେ । ଅଗଷ୍ଟ ୬, ୨୦୧୯ ଅର୍ଥାତ ୬୭ ବର୍ଷରେ ପରଲୋକ ଗମନ କରିଛନ୍ତି । ସ୍ୱର୍ଗତ ସୁଷମା ସ୍ୱରାଜ କୌଣସି ଗୁଣରେ କମ ନଥିଲେ । ସଂସ୍କୃତ ଏବଂ ରାଜନୀତିରେ ସେ ଗ୍ରାଜୁଏସନ କରିବା ପରେ ପଞ୍ଜାବ ୟୁନିଭରସିଟି ଚଣ୍ଡୀଗଡ଼ରେ ଆଇନ ଛାତ୍ରୀ ଭାବେ ପାଠ ପଢିଥିଲେ । ଭଲ ହିନ୍ଦୀ ଭାଷଣ ଦେବାରେ ହରିୟାଣାର ଏକ ସଂସ୍ଥା ତାଙ୍କୁ ୩ ବର୍ଷ ଧରି ପ୍ରଥମ ପୁରସ୍କାର ଦେଇଥିଲା । ୧୯୭୦ ଦଶକରେ ସୁଷମା ରାଜନୀତିରେ ପାଦ ଦେଇଥିଲେ । ପ୍ରଥାମରୁ ହିଁ ସେ ବିଜେପିରେ ସାମିଲ ହୋଇଥିଲେ । ସେ ସୁପ୍ରିମକୋର୍ଟର ଜଣେ କ୍ରିମିନାଲ ଲୟେର ସ୍ୱରାଜ କୌଶଲଙ୍କୁ ସେ ୧୩ ଜୁଲାଇ ୧୯୭୫ ମସିହାରେ ବିବାହ କରିଥିଲେ । ସୁଷମାଙ୍କ ଜଣେ ଝିଅ ଅଛନ୍ତି । ତାଙ୍କ ନାମ ବାଂସୁରୀ ସ୍ୱରାଜ । ସେ ମଧ୍ୟ ଜଣେ ଆଇନଜୀବୀ । ସୁପ୍ରିମକୋର୍ଟରେ କ୍ରିମିନାଲ ଲ ପ୍ରାକ୍ଟିସ କରୁଛନ୍ତି । ସେ ଦିଲ୍ଲୀର ପଞ୍ଚମ ମୁଖ୍ୟମନ୍ତ୍ରୀ ହୋଇଥିଲେ । କିନ୍ତୁ ଅତି କମ ଦିନ ଏହି ପଦବୀରେ ରହି ସେ ଇସ୍ତଫା ଦେଇଥିଲେ । ୨୫ ବର୍ଷରେ ସେ ହରିୟାନାର ସର୍ବକନିଷ୍ଠ କେବିନେଟ ମନ୍ତ୍ରୀ ମଧ୍ୟ ହୋଇଥିଲେ । ୧୯୯୦ରେ ପ୍ରଥମ ଥର ପାଇଁ ରାଜ୍ୟସଭାକୁ ଯାଇଥିଲେ । ସୁଷମା ସ୍ୱରାଜ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଥିବା ସମୟରେ ଏଆଇଏମଏସ ଓଡ଼ିଶାରେ ହେବ ପାଇଁ ଚୂଡାନ୍ତ ହୋଇଥିଲା । ୧୯୭୯ରେ ବିଜେପିର ହରିୟାଣାର ଷ୍ଟେଟ ପ୍ରେସିଡେଣ୍ଟ ହୋଇଥିଲେ । ବିଜେପିର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଥିଲେ । ରାଜ୍ୟସଭାରେ ସେ ଲଳିଦ୍ୱାରା ଅଫ ଅପୋଜିସନ ଥିଲେ । ତାଙ୍କର ଅନେକ ଜନହିତକର କାର୍ଯ୍ୟ ଦେଖି ସ୍ପାନ ସରକାର ତାଙ୍କୁ ଅନେକ ଆୱାର୍ଡ ଦେଇଥିଲେ । ମୁଖ୍ୟ କଥା ହେଲା ସେ ଯେକୌଣସି ସ୍ଥାନରେ ଭାଷଣ ଦେବାକୁ ଯାଉଥିବା ବେଳେ ଭାଷଣ ପୂର୍ବରୁ ତାଳି ବାଜୁଥିଲା ଏବଂ ଭାଷଣ ପରେ ବହୁତ ପ୍ରଶଂସା ମିଳୁଥିଲା ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା