

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସୂଚନା ଅଧିକାର ଆଇନ ସଂଶୋଧନ ୨୦୧୯କୁ ବିଭିନ୍ନ ସଂଗଠନ ବିଶେଷ କରି ସୂଚନା ଅଧିକାରୀ କର୍ମୀଙ୍କ ପକ୍ଷରୁ ବିରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଥିପାଇଁ ଆଜି ବ୍ରହ୍ମପୁର ଠାରେ ମାନବ ଅଧିକାର ସୁରକ୍ଷା ମଂଚ ଓ ସୂଚନା ଅଧିକାର ମିଳିତ ମଂଚ ପକ୍ଷରୁ ଖଲିକୋଟ କଲେଜ ନିକଟରେ ଏକ ଅଭିନବ ଉପାୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲ । ମଂଚର କର୍ମକର୍ତାମାନେ ଘଂଟ ପିଟି ସଂଶୋଧନ ନୁହେଁ ସୂଚନା ଦରକାର ବୋଲି ସ୍ଲୋଗାନ ଦେବା ସହ କେନ୍ଦ୍ର ସରକାରଙ୍କ ଏପରି ପଦକ୍ଷେପକୁ ସମାଲୋଚନା କରିଥିଲେ । ଏହି ଅବସରେ ଅବନୀ ଗୟା, ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ଇଂ. ରାଜା ସୁରେଶ, ମାଗୁଣୀ ନାହାକ, ଗୁରୁଚରଣ ପାତ୍ର, କିଶୋର ପାତ୍ର, ଲକ୍ଷ୍ମଣ ସାହୁ, ରବିନ୍ଦ୍ର କୁମାର ନାୟକ, ଲକ୍ଷ୍ମୀ ନାରାୟଣ ରାଉତ, ଶଙ୍କର ସାହୁ, ରବି ନାରାୟଣ ସାବତ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା
