ଭୁବନେଶ୍ବର (ସମୃଦ୍ଧ ଓଡିଶା) ବରିଷ୍ଠ ସାମ୍ବାଦିକ ତଥା ବିଜେଡି ଯୁବନେତା ମାନସ ମଙ୍ଗରାଜଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଛି । ଏଣିକି ତାଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ସମସ୍ତ ସୁବିଧାସୁଯୋଗ ମିଳିବ । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବରୁ ତାଙ୍କୁ ଗଣମାଧ୍ୟମ ଏବଂ ଲୋକସମ୍ପର୍କ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଉପଦେଷ୍ଟା ଭାବେ ନିଯୁକ୍ତି ମିଳିଥିଲା । ଶ୍ରୀ ମଙ୍ଗରାଜ ଏହାପୂର୍ବରୁ ବିଜୁ ଜନତା ଦଳର ଗଣମାଧ୍ୟମ ସେଲର ନେତୃତ୍ୱ ନେଉଥିଲେ । ଏବେ ସେ ସରକାରଙ୍କ ଗଣମାଧ୍ୟମ ନୀତି ଆଲାଚନାରେ ଭାଗ ନେବା ସହ ନିଜର ପରାମର୍ଶ ଦେବେ । ସେହିପରି ମୋ କଲେଜ ଅଧ୍ୟକ୍ଷ ଦାୟିତ୍ୱ ନେଇଥିବା ଆକାଶ ଦାସ ନାୟକ ଓ ମୋ ସ୍କୁଲ ଅଧ୍ୟକ୍ଷ ଦାୟିତ୍ୱ ନେଇଥିବା ସୁସ୍ମିତା ବାଗଚୀଙ୍କୁ ମଧ୍ୟ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଛି । ଏମାନଙ୍କୁ ମଧ୍ୟ ରାଷ୍ଟ୍ରମନ୍ତ୍ରୀର ସମସ୍ତ ସୁବିଧା ସୁଯୋଗ ମିଳିବ ।
ରିପୋର୍ଟ : ଆକାଶ ମିଶ୍ର