
ଯାଜପୁର (ସମୃଦ୍ଧ ଓଡିଶା) ସୂର୍ଯ୍ୟାଲୋକ ସମାଜ ସେବା ସଂଗଠନ ତରଫରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ଜଣାପଡିଛି । ଯାଜପୁର ବ୍ଲକ ଅଧିନ ଚଇନପୁର ପଞ୍ଚାୟତ ଚଇନପୁର ଗାଁର ଅତ୍ୟନ୍ତ ଗରିବ ନିରଞ୍ଜନ ପଣ୍ଡାଙ୍କ ଏକମାତ୍ର ରୋଜଗାରର ବାଟ ତେଲଭାଜି ଦୋକାନ ଘରଟି ସମ୍ପୁର୍ଣ୍ଣ ଭାବେ ପୋଡି ଯାଇଛି ଏବଂ ଦୋକାନରେ ବ୍ୟବହୃତ ହେଉଥିବା ସମସ୍ତ ଆସବାବ ପତ୍ର ମଧ୍ୟ ପୋଡ଼ି ନଷ୍ଟ ହୋଇ ଯାଇଛି । ଖବର ପାଇ ସୂର୍ଯ୍ୟାଲୋକ ସମାଜସେବାର ସଦସ୍ୟ ମାନେ ପହଁଚି ସ୍ଥିତୀ ଅନୁଧ୍ୟାନ କରିବା ପରେ ଏହି ପରିବାରକୁ କିଛି ଆର୍ଥିକ ସହାୟତା କରିଛନ୍ତି ଏବଂ ନିରଞ୍ଜନଙ୍କ ଦୋକାନ ପୁଣି ଥରେ ଖୋଲିବା ପାଇଁ ଯାହା ଆବଶ୍ୟକ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିବାକୁ ନିର୍ଭର ପ୍ରତିଶୃତି ପ୍ରଦାନ କରିଛନ୍ତି । ସୂର୍ଯ୍ୟାଲୋକ ସମାଜ ସେବା ତରଫରୁ ବସୁବନ୍ଧୁ ଦାସ, ସ୍ମୃତି ରଞ୍ଜନ ସ୍ୱାଇଁ, ଲୋକନାଥ ସାହୁ, ଆଲୋକ କୁମାର ଓଝା ଓ ରଜନୀକାନ୍ତ ଦାଶ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ଗରିବ ଅସହାୟ ମାନଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ଯେଉଁମାନେ ସୂର୍ଯ୍ୟାଲୋକ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି ସେମାନଙ୍କୁ ପରିବାର ତରଫରୁ ଆନ୍ତରିକ କୃତଜ୍ଞତା ଜଣାଯାଇଛି ।