

ଯାଜପୁର (ସମୃଦ୍ଧ ଓଡିଶା)ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଆରୁହା ପଞ୍ଚାୟତ ଅନ୍ତର୍ଗତ କୋଲା ହିଞ୍ଜିଳିମାଟିଆର ଜଣେ ବୁଢ଼ୀ “ପିତେଇ ମାଝୀ” ନିକଟ ଅତୀତରେ ସ୍ୱାମୀଙ୍କ ଦେହାନ୍ତ ପରେ ସେ ଏବେ ବେସାହାରା ଏବଂ ନିରାଶ୍ରୟା ହେବା ସହବହୁ କଷ୍ଟରେ ଜୀବନ ବିତାଉଛନ୍ତି । ସରକାରଙ୍କ ଅନେକ ଯୋଜନା ଥିଲେ ବି ସେ ଏଥିରୁ ବଞ୍ଚିତ ହୋଇଛନ୍ତି । ନା ସରକାରୀ ଭତ୍ତା, ନା ଭିନ୍ନକ୍ଷମ ପ୍ରମାଣପତ୍ର ପାଇଛନ୍ତି । ସେ କୁଷ୍ଠରୋଗ ଗ୍ରସ୍ତ, ଖଣ୍ଡିଆ ହାତଗୋଡର କଷ୍ଟରେ ଜର୍ଜରିତ ବୁଢ଼ୀ ଲୋକ ପିତେଇ ଭିକ୍ଷାବୃତ୍ତି କରି ବଞ୍ଚିବାକୁ ରାହା ଖୋଜୁଥିବା ବେଳେ ଯାଜପୁରର “ସୂର୍ଯ୍ୟାଲୋକ ସମାଜ ସେବା” ପରିବାର ଏହି ଖବର ପାଇ ସହଯୋଗର ହାତ ବଢେଇଥିବା ଜଣାପଡିଛି । ଏହି ନିଷ୍ପେସିତ ନିରାଶ୍ରୟା ଅବହେଳିତ ବୁଢି ବ୍ୟକ୍ତିଙ୍କୁ “ସୂର୍ଯ୍ୟାଲୋକ ସମାଜ ସେବା” ପରିବାର ସଦସ୍ୟମାନେ ରାସନ ସାମଗ୍ରୀ, ବସ୍ତ୍ର ନେଇ ସେଠାରେ ପହଞ୍ଚିବା ସହ ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । “ସୂର୍ଯ୍ୟାଲୋକ ସମାଜ ସେବା” ପରିବାର ସଦସ୍ୟଙ୍କ ଏଭଳି କାର୍ଯ୍ୟକୁ ବୁଦ୍ଧିଜୀବୀକୁ ମହଲରେ ପ୍ରଶଂସା କରାଯାଇଛି ।
