ସେବା ସପ୍ତାହ ଅବସରରେ ଗୋପାଳପୁର ବିଜେପି ପକ୍ଷରୁ ମେଗାସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ରଙ୍ଗେଈଲୁଣ୍ଡା(ସମୃଦ୍ଧଓଡିଶା)ଭାରତ ର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଙ୍କ ପବିତ୍ର ଜନ୍ମଦିନ ଅବସରରେ ସାରା ଭାରତ ବର୍ଷ ର ପ୍ରତେକ ବ୍ଲକ, ସଦର ମହକୁମା ରେ ସେବା ସପ୍ତାହ ଆରମ୍ଭ ହୋଇଛି!ଏହି ପ୍ରରିପେକ୍ଷୀ ରେ ଆଜି ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଲନ୍ଥରା ନିକଟସ୍ଥ ଈଶାନେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଏହା ପାଳନ ହୋଇ ଯାଇଛି!ଗୋପାଳପୁର ବିଧାୟକ ତଥା ରାଜ୍ୟ ଖଣି, ଇସ୍ପାତ ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନା ଙ୍କ କର କମଳ ରେ ଏହି ମେଗା ସ୍ୱାସ୍ଥ୍ୟ ଶିବିର ଉଦଘାଟନ ହୋଇ ଯାଇଛି!ବିଭିନ୍ନ ବିଭାଗ ର ଅଭିଜ୍ଞ ଚିକତ୍ସକ ମାନେ ଆସି ଜନସାଧାରଣ ଙ୍କ ବିଭିନ୍ନ ରୋଗ ର ଚିକିତ୍ସା କରିବା ସହ ଆବଶ୍ୟକ ପରାମର୍ଶ ଦେବା ସହ ମାଗଣା ଔଷଧ ପ୍ରଦାନ କରିଥିଲେ!ଏହି ଅବସରରେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ର କୋଣ ଅନୁକୋଣ ରୁ ସହ ସହ ଜନସାଧାରଣ ଙ୍କ ସମାଗମ ଦେଖିବାକୁ ମିଳିଥିଲା!ଆସିଥିବା ରୋଗୀ ମାନଙ୍କ ଖାଇବା, ରହିବା ବ୍ୟବସ୍ଥା ସହ କିପରି ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ସେ ନେଇ ମାନ୍ୟବର ମନ୍ତ୍ରୀ ନିଜେ ଏହାର ତଦାରଖ କରିଥିଲେ!ଆଜିର ଉକ୍ତ ସ୍ୱାସ୍ଥ୍ୟ ଶିବିରରେ ଗଞ୍ଜାମ ଜିଲ୍ଲା ବିଜେପି ଉପସଭାପତି ଗଙ୍ଗାଧର ଶତପଥୀ, ବରିଷ୍ଠ ନେତା ରାଜେଶ କୁମାର ସାହୁ, ଯୁବ ନେତା ତଥା ସମାଜସେବୀ ସୁନୀଲ କୁମାର ପାତ୍ର, ଗୋଲନ୍ଥରା ମଣ୍ଡଳ ସଭାପତି ସନତ କୁମାର ନାୟକ,ଡା. ଅମୁଲ୍ୟ ଚୌଧୁରୀ, କୋଲଥୀ ଗାଁ ଯୁବ ସରପଞ୍ଚ ଜଗମୋହନ ପାତ୍ର, ନିମଖଣ୍ଡି ମଣ୍ଡଳ ସଭାପତି ଚଣ୍ଡୀ ଚରଣ ସାହୁ, ବିକି ଦାସ, ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ!

ରିପୋର୍ଟ : ନିମାଇଁ ଚରଣ ପଣ୍ଡା