ସେରଗଡ଼ (ସମୃଦ୍ଧ ଓଡିଶା) ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସେରଗଡ଼ଠାରେ ବ୍ଲକ କଂଗ୍ରେସ କମିଟି ତରଫରୁ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀ ରାମକୃଷ୍ଣ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କରାଯାଇଥିଲା । ଏଥିରେ ପ୍ରାୟ ୫ଶହରୁ ଉର୍ଦ୍ଧ୍ୱ କଂଗ୍ରେସ କର୍ମୀ ଯୋଗଦେଇ ଆସନ୍ତା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କୁ ହିଞ୍ଜିଳିରୁ ବିଜୟୀ କରିବା ନିମନ୍ତେ ଶପଥ ନେବା ସହ ହିଞ୍ଜିଳିର ବିକାଶରେ ନବୀନ ପଟ୍ଟନାୟକ ବାଧକ ବୋଲି ବକ୍ତାମାନେ କହିଥିଲେ । ସ୍ୱର୍ଗତ ବୃନ୍ଦାବନ ନାୟକଙ୍କ ସମୟରେ ଓ ହରି ସ୍ୱାଇଁଙ୍କ ମନ୍ତ୍ରୀତ୍ୱ ସମୟରେ ଏହି ଅଞ୍ଚଳର ବିକାଶ ହୋଇଥିବା କରିବା ସହ ବର୍ତ୍ତମାନ ଜିଲ୍ଲାର ସଂଖ୍ୟାଧିକ ଯୁବକ ଏହି ଅଞ୍ଚଳରୁ ସୁରଥ ଯାଉଥିବା, ସେରଗଡ ଠାରେ ବସଷ୍ଟାଣ୍ଡ, ପିଇବା ପାଣିର ଅଭାବ ସହ ଗାଁ ଗାଁ ରେ ମଦର ବନ୍ୟା ସୃଷ୍ଟି କରିବାରେ ନବୀନ ସଫଳ ବୋଲି ବକ୍ତାମାନେ କହିଥିଲେ । କେନ୍ଦ୍ରର ମୋଦି ସରକାର ମିଛୁଆରେ ଏକ ନମ୍ବର ଓ ଓଡ଼ିଶାରେ ନବୀନ ସରକାର ଠକରେ ଏକ ନମ୍ବର ବୋଲି ଆଲୋଚନା କରାଯାଇଥିଲା । ରାଜ୍ୟ ସରକାର ଚୁଡା, ଗୁଡ, ପିଠା ନ ବାଣ୍ଟି ଲୋକଙ୍କ ଆୟ ବୃଦ୍ଧି କରିବାରେ ଧ୍ୟାନ ଦିଅନ୍ତୁ, ହିଞ୍ଜିଳିରେ ଗୁଣ୍ଡାରାଜ ବନ୍ଦ ହେଉ, ପୋଲିସ ନିରପେକ୍ଷ ଭାବରେ କାମ କରୁ ବୋଲି ଏହି ସମ୍ମିଳନୀରେ ବକ୍ତାମାନେ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ତ୍ରିନାଥ ବେହେରା, କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା, ଶିବରାମ ପାତ୍ର, ମହିଳା କଂଗ୍ରେସ ସଭାପତି ସ୍ୱରୂପା ତ୍ରିପାଠୀ, ନିରଞ୍ଜନ ପାଣିଗ୍ରାହୀ, ପଦ୍ମ ଚରଣ ସାହୁ, ପର୍ଶୁରାମ ସାହୁ, ସିମାଞ୍ଚଳ ମହାପାତ୍ର, ସତ୍ୟ ନାରାୟଣ ପାତ୍ର, କେଶବ ଚୌଧୁରୀ, ସୁନୀଲ ପାଣିଗ୍ରାହୀ, ଶ୍ରୀମତୀ ଗୀତା ରାଓ, ପ୍ରଣତି ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା