ସେୟାର ର ଜାତୀୟ କ୍ରୀଡା ଦିବସ ପାଳିତ

ରାଉରକେଲା(ସମୃଦ୍ଧଓଡିଶା)ରାଉରକେଲା ର ସାମାଜିକ ଅନୁଷ୍ଠାନ ସେୟାର ଆନୁକୂଲ୍ୟରେ ଜାତୀୟ କ୍ରୀଡା ଦିବସ ରାଉରକେଲା କ୍ଲବ ଠାରେ ପାଳିତ ହୋଇଯାଇଛି I ଏଥିରେ ମୁଖ୍ୟ ଅତିଥି ସହର ପ୍ରଶାସନ ର ମୁଖ୍ୟ ମହାପ୍ରବନ୍ଧକ ପ୍ରତାପ କୁମାର ସ୍ୱାଇଁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ଚକ୍ଷୁ ବିଶେଷଜ୍ଞ ଡ଼ାକ୍ତର କୁନାଲ ବର୍ମା , ସେୟାର ର ଅଧ୍ୟକ୍ଷ ସରୋଜ ମହାନ୍ତି, ପରାମର୍ଶଦାତା ସୁରେଶ ବାଗଡ଼ିଆ, ନିର୍ଦ୍ଦେଶକ ଦିଲ୍ଲୀପ କୁମାର ପରିଡା, ସଭାପତି ଶରତ କୁମାର ସ୍ୱାଇଁ ପ୍ରମୁଖ ଯୋଗଦେଇ କ୍ରୀଡା କିମ୍ବଦନ୍ତୀ ଧ୍ୟାନଚାନ୍ଦ ଙ୍କ ଫୋଟ ଚିତ୍ର ରେ ପୁଷ୍ପ ଅର୍ପଣ ସହ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ I ପ୍ରାରମ୍ଭରେ ଜାତୀୟ ସଂଗୀତ ପରିବେଷଣ ପରେ ସେୟାର ର ନିର୍ଦ୍ଦେଶକ ଶ୍ରୀ ପରିଡା ସ୍ୱାଗତ ଭାଷଣ ରଖିଥିଲେ। ପରେ ସେୟାର ର ଅଧ୍ୟକ୍ଷ ଶ୍ରୀ ମହାନ୍ତି, ପରାମର୍ଶଦାତା ଶ୍ରୀ ବାଗେଡ଼ିଆ ଓ ସମାଜସେବୀ ତଥା କ୍ଲିନ୍ ଆଣ୍ଡ ଗ୍ରୀନ୍ ର ସମ୍ପାଦକ ପ୍ରଦୀପ କୁମାର ଦାସ ଜାତୀୟ କ୍ରୀଡା ଦିବସ ଉପଲକ୍ଷେ ବକ୍ତବ୍ୟ ରଖିଥିଲେ l ମୁଖ୍ୟ ଅତିଥି ଶ୍ରୀ ସ୍ୱାଇଁ,ଓ ସମ୍ମାନିତ ଅତିଥି ଡ଼ା ବର୍ମା ଖେଳାଳି ମାନଙ୍କୁ ଉଦବୋଧନ ଦେଇଥିଲେ I ଶ୍ରୀ ସ୍ୱାଇଁ ରାଉରକେଲା ରେ ଆଗାମୀ ଦିନର ଖେଳ ର ଉନ୍ନତି ପାଇଁ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ପ୍ରୋଜେକ୍ଟ ସମ୍ପର୍କରେ ସୂଚନା ପ୍ରଦାନ କରି କହିଲେ ଯେ ରାଉରକେଲା ହକି ଷ୍ଟାଡିୟମ୍ ରେ ଆସନ୍ତା ଡିସେମ୍ବର ସୁଦ୍ଧା ଲାଇଟ୍ ବ୍ୟବସ୍ଥା କରାଯିବ l ଫଳରେ ସେଠାରେ ଆନ୍ତର୍ଜାତିକ ହକି ଖେଳ ହୋଇପାରିବ। ସେହିପରି ଆଉ ଏକ ନୂଆ ପଡିଆ ପ୍ରସ୍ତୁତ କରାଯିବ। ଅନ୍ୟ ପଟେ ବାସ୍କେଟ ବଲ ପଡ଼ିଆ କୁ ସିନ୍ଥେଟିକ,ସ୍ପେଶାଲ ସେଠ୍ ସହ ବିଦ୍ୟୁତିକରଣ କରାଯିବ, ଇସ୍ପାତ ଷ୍ଟାଡିୟମ୍ ଠାରେ ପୋଷାକ ବଦଳାଇବା ପାଇଁ ୪ଟି ରୁମ୍ କରାଯିବ, ଷ୍ଟାଡିୟମ୍ କୁ ଲାଗି ନୂଆ ଫୁଟବଲ୍ ପଡ଼ିଆ ପ୍ରସ୍ତୁତ ହେବ, ସେକ୍ଟର ୨୦ ସ୍ଥିତ ଇଣ୍ଡୋର ଷ୍ଟାଡିୟମ୍ ଠାରେ ଟେବୁଲ୍ ଟେନିସ ର କୋର୍ଟ ତିଆରି ସରିଛି। ସେହିପରି ବ୍ୟାଡମିଣ୍ଟନ ଗ୍ରାଉଣ୍ଡ ର ମରାମତି ଡିସେମ୍ବର ସୁଦ୍ଧା ସମାପ୍ତ ହେବ। ଏହି ସମସ୍ତ କାର୍ଯ୍ୟ ଆଗାମୀ ଡିସେମ୍ବର ରୁ ଆସନ୍ତା ମାର୍ଚ୍ଚ ମଧ୍ୟରେ କରାଯିବ ବୋଲି ଶ୍ରୀ ସ୍ବାଇଁ ସୂଚନା ଦେଇଥିଲେ। ଏହି ଅବସରରେ ଖେଳାଳି ମାନଙ୍କୁ ଯଥା ଦେବାପ୍ରିୟା ବିଶ୍ୱାଳ, ଆଲୋକ କାନ୍ଦୁଲୁନା , ଆଦିତ୍ୟ ପ୍ରକାଶ, ମନିଷ ଭୋଇ, ଶ୍ରେୟାଂଶ ପରିଡା, ସୁମିତ୍ରା ମୁଣ୍ଡାରୀ, ରାଜେଶ ଚୈ।ରାସିଆ, ରୋଜାଲିନ ମାଝୀ, ଅଙ୍କିତା ସୁନା, ଶ୍ରୀ କୁମାର ଶ୍ୟାମତୀର୍ଥ ମାଝୀ , କିରଣ କୁମାର ନାଗଙ୍କୁ ପୁରସ୍କୃତ କରାଯାଇଥିଲା I ସେହିପରି ଫୁଟବଲ୍ ଖେଳାଳି ଜୟନ୍ତ ମହାରଣା ଓ କ୍ରିକେଟ ର ରିମା ଏକ୍କା ଙ୍କୁ ସ୍ପୋର୍ଟସ ପର୍ସନ, ସ୍ପୋଟର୍ସ ଓମେନ ଅଫ୍ ଦି ଇଅର ରେ ପୁରସ୍କୃତ କରାଯାଇଥିଲା , ଅକ୍ଷୟ ଦାସ ଙ୍କୁ ଫୁଟବଲ୍ ଖେଳରେ ସ୍ବତନ୍ତ୍ର ଅବଦାନ ପାଇଁ ସାମ୍ମାନିତ କରାଯାଇଥିଲା I ଏହାସହ ପାଞ୍ଚ ଜଣ କ୍ରୀଡାବିତ୍ ସଂଗ୍ରାମ ସ୍ୱାଇଁ, ରାଧାକାନ୍ତ ତ୍ରିପାଠୀ, ବେଦ ପ୍ରକାଶ ତିୱାରୀ, ମାନସ ରଞ୍ଜନ ନାୟକ , ପ୍ରଦୀପ କୁମାର ଦାସ ଙ୍କୁ ସଚ୍ଚିଦାନନ୍ଦ ସାମାଜିକ ଅନୁଦାନ ସମ୍ମାନ ପ୍ରଦାନ କରାଯାଇଥିଲା I ସେୟାର ର ସମସ୍ତ ସଭ୍ୟ ସର୍ବଶ୍ରୀ ପ୍ରଦୀପ୍ତ ମହାନ୍ତି, ସସ୍ମିତା ଦାସ, ଧର୍ମେନ୍ଦ୍ର ଦାସ, ଆନ୍ନା କେରକେ୍ଟା, ରାଜୀବ ନାୟକ, ମନୋଜ ନାୟକ, ଜନ୍ମଜୟ ରାଉତରାୟ, ସଂଜିତ ମଲ୍ଲିକ, ସୁରେଶ ରାଉତରାୟ, ଅଲବର୍ଟ କିଣ୍ଡୋ, ରାଜେଶ ଚୈ।ରାଶିଆ,ସତ୍ୟବ୍ରତ ମହାନ୍ତି, ରବୀନ୍ଦ୍ର ପଟ୍ଟନାୟକ, ଅଲେଖ ବାରିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ I କାର୍ଯ୍ୟକ୍ରମ ପରାମର୍ଶଦାତା ସତ୍ୟନାରାୟଣ ମିଶ୍ର ଓ ଦିଲ୍ଲୀପ କୁମାର ପରିଡା ଙ୍କ ସଂଯୋଜନା ରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା l କାର୍ଯ୍ୟକ୍ରମ ଶେଷରେ ଶ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l

ରିପୋର୍ଟ : ରଜତ ମହାପାତ୍ର