

ଭଞ୍ଜନଗର (ସମୃଦ୍ଧ ଓଡିଶା) ସୌଲ୍ ଚାରିଟ୍ରେବୁଲ ଟ୍ରଷ୍ଟ ପକ୍ଷରୁ ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଗୋଲାପଡା ଗ୍ରାମ ପଞ୍ଚାୟତର ଆଗୁଳପଡା ଗ୍ରାମରେ କୋରନା ସଚେତନତା କାଯ୍ୟକର୍ମ ଅନୁଷ୍ଠିତ ହୋଇଯାଇଛି । ଏହି କାଯ୍ୟକର୍ମରେ ଟ୍ରଷ୍ଟର ସଭାପତି ଗୋପାଳ କୃଷ୍ଣ ପ୍ରଧାନ, ଉପସଭାପତି ଶମ୍ଭୁନାଥ ସ୍ୱାଇଁ, ସାଧାରଣ ସମ୍ପାଦକ ଭିକାରି ସାହୁ, ପ୍ରକଳ୍ପ ସଂଯୋଜକ ପ୍ରଫୁଲ ନାଇକ ପ୍ରମୁଖ ଉପସ୍ଥିତ ରହି ଗ୍ରାମର ସ୍ୱୟଂ ସହାୟକ ମହିଳା ଓ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ନେଇ ଗ୍ରାମର ସାଧାରଣ ଲୋକଙ୍କୁ କୋରନା ଭୁତାଣୁ ଠାରୁ କିପରି ଦୂରେଇ ରହିବା ଓ ସମସ୍ତେ ସଚେତନ ରହିବା ଏବଂ ସରକାରୀ ନିୟମ ପାଳନ କରିବା, ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ, ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ବାର୍ତା ଦେଇ ଲୋକମାନଙ୍କୁ ସଚେତନତା କରାଇଥିଲେ । ଟ୍ରଷ୍ଟ ଦ୍ୱାରା ଗ୍ରାମରେ ମାସ୍କ ଓ ସାନିଟାଇଜର ବଣ୍ଟନ କରାଯାଇଥିଲା । ଶେଷରେ ଟ୍ରଷ୍ଟର ସାଧାରଣ ସାମ୍ପଦକ ଭିକାରୀ ସାହୁ ଗ୍ରାମର ଲୋକ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।
ରିପୋର୍ଟ : ନିଲୁ ବିଷୋୟୀ

