ଭୁବନେଶ୍ୱର (ସମୃଦ୍ଧ ଓଡିଶା) କରୋନା ସଙ୍କଟରେ ରାଜ୍ୟରେ ସ୍କୁଲ ଖୋଲିବା ନେଇ ଚାଲିଛି କଳ୍ପନାଜଳ୍ପନା । ଏହାରି ମଧ୍ୟରେ ସ୍କୁଲ ଖୋଲିବା ନେଇ ଆଜି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ସେ କହିଛନ୍ତି ଯେ, ଏବେ ରାଜ୍ୟରେ ସ୍କୁଲ ଖୋଲିବା ସମ୍ଭାବନା ନାହିଁ । ରାଜ୍ୟର ୬୦ ଲକ୍ଷ ଶିଶୁଙ୍କୁ ଇ-ଶିକ୍ଷା ଉପରେ ନିର୍ଭର କରିବାକୁ ପଡ଼ିବ । ଏବେ ୨୨ ଲକ୍ଷ ଶିଶୁ ଅନ୍ଲାଇନରେ ପାଠ ପଢୁଛନ୍ତି । ବାକି ୩୮ ଲକ୍ଷ ଶିଶୁ ଇଣ୍ଟରନେଟ ପାଇଁ ପାଠ ପଢ଼ାରୁ ବଞ୍ଚିତ ଅଛନ୍ତି ।’ ଏନେଇ ଖୁବ୍ଶୀଘ୍ର ଆରମ୍ଭ ହେବ ‘ଶିକ୍ଷା ସମ୍ପର୍କ ଯୋଜନା’ । ନୂଆ ଯୋଜନାରେ ଗାଁକୁ ଗାଁ ଯାଇ ପାଠ ପଢ଼ାଇବେ ଶିକ୍ଷକ । ଆସନ୍ତା ସପ୍ତାହ ସୁଦ୍ଧା ଚୂଡ଼ାନ୍ତ ସିଲାବସ୍ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା