
ରାୟଗଡ଼ା (ସମୃଦ୍ଧ ଓଡିଶା) ରାୟଗଡ଼ା ସହର ଉପକଣ୍ଠରେ ଥିବା ଏକଲବ୍ୟ ମଡେଲ୍ ସ୍କୁଲ ପରିସରରୁ ଏକ ବିରାଟ ଅଜଗର ସାପ ଉଦ୍ଧାର । ସ୍କୁଲ ପାଚରେୀ ଭିତରେ ଏହି ଅଜଗର ସାପଟି ଥିବା ଦେଖି ସ୍କୁଲ ଦାୟିତ୍ୱରେ ଥିବା କର୍ମଚାରୀ ମାନେ ରାୟଗଡାର ସ୍ୱେଚ୍ଛାସେବୀ ତଥା ସାମାଜିକ କର୍ମୀ ସାପ ଧରାଳୀ ପ୍ରଦୀପ ସେନାପତିଙ୍କୁ ଡାକିଥିଲେ । ପ୍ରଦୀପ ଘଟଣା ସ୍ଥଳରେ ପହଂଚି ସ୍କୁଲ ହତା ଭିତରେ ବୁଲୁଥିବା ପ୍ରାୟ ୮ଫୁଟ ଲମ୍ବ ଅଜଗର ସାପଟିକୁ କାବୁକରି ଧରିଥିଲେ । ପରେ ସାପଟିକୁ ନେଇ ନିକଟସ୍ଥ ଗୁମ୍ମା ଜଙ୍ଗଲରେ ଛାଡିଦେଇଛନ୍ତି ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ