

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁର ସହର ଭିଆଇପି ସିଭିଲ ରୋଡସ୍ଥ ଆଇ ଲଭ ୟୁ, ପାର୍କ ପଏଣ୍ଟ ନିକଟରେ ମିଶନ ଶକ୍ତି ସୌଜନ୍ୟରେ ସ୍ମାର୍ଟ ଭେଣ୍ଡିଙ୍ଗ ଯୋନ ଉଦଘାଟିତ ହୋଇଯାଇଛି । ଏଥିରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ତଥା ମିଶନ ଶକ୍ତି ବିଭାଗର ଜିଲ୍ଲା-ଉପାଧ୍ୟକ୍ଷ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ, ନିର୍ବାହୀ ଅଧିକାରୀ ଏନ୍.ଗଣେଶ ବାବୁ ପ୍ରମୁଖ ବହୁ ଅଧିକାରୀ ଯୋଗଦାନ କରିଥିଲେ । ସୌନ୍ଦର୍ଯ୍ୟକରଣ ପାର୍କ ଓ କୁତ୍ରିମ ଉଦ୍ୟାନ ପରିସରରେ ବସାଯାଇଥିବା ସରକାରୀ ପ୍ରୋତ୍ସାହନରେ ଆୟୋଜିତ ଏହି ଫୁଡ଼ କୋର୍ଟ ଯୋନ ଖୁବ ମନୋରମ ହୋଇଛି । ଏଥିରେ ସ୍ଥାନ ପାଇଛି, ଏସେଚଜି ମହିଳା ଗ୍ରୁପଙ୍କ ଫୁଡ-କୋର୍ଟର ଚାରୋଟି ବଡ଼ଧରଣର ସ୍ମାର୍ଟ କେବିନରେ ବିସ୍କୁଟ, ଡ୍ରାଇଫୁଡ଼ ସହ ଚା ଷ୍ଟଲ, ସିଙ୍ଗଡ଼ା, ଆଳୁ ଚପ୍ ଆଦିର ଷ୍ଟଲ, ଏବଂ ଚୋମିନ, ବିରିୟାନିର ଏକ ଫାଷ୍ଟଫୁଡ଼ ଷ୍ଟଲ । ବିବିଧତାର ବ୍ୟଞ୍ଜନ ସମିଷ୍ଟିର ଖାଦ୍ୟ ରୁଚିକର ତଥା ସ୍ୱଚ୍ଛ-ସୁନ୍ଦର ଭରା ଚାରୋଟି ଷ୍ଟଲରେ ନିୟୋଜିତ ସ୍ୱତନ୍ତ୍ର ୟୁନିଫର୍ମ ପରିଧାନର ପୋଷାକ ପଦ୍ଧତି ଜନତାଙ୍କୁ ଅତ୍ୟନ୍ତ ଆକର୍ଷଣୀୟ କରିଛି । ଆଗକୁ ଏହି ସ୍ମାର୍ଟ ଭେଣ୍ଡିଙ୍ଗ ଯୋନର ପ୍ରସାର ବୃଦ୍ଧି ପାଇବାର ଆଶାବ୍ୟକ୍ତ କରିଛନ୍ତି ସ୍ଥାନୀୟ ପ୍ରଶାସନ ବୋଲି ଜଣାଯାଇଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା



