ହିଞ୍ଜିଳିକାଟୁ (ସମୃଦ୍ଧ ଓଡିଶା) ୭୪ତମ ସ୍ଵାଧୀନତା ଦିବସ ଅବସରରେ ଛତ୍ରପୁର ଠାରେ ଗତକାଲି ଜିଲ୍ଲାପ୍ରଶାସନ ପକ୍ଷରୁ କରୋନା ଯୋଦ୍ଧାମାନଙ୍କୁ ସମ୍ବର୍ଦ୍ଧନା କରାଯାଇଛି । ଏଥିରେ ଅଙ୍ଗନବାଡି କର୍ମୀ ରମା ସାହୁଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ସୂଚନା ଅନୁଯାଇ ହିଞ୍ଜିଳିକାଟୁ ବ୍ଲକ ଖଣ୍ଡରା ଗ୍ରାମର ଅଙ୍ଗନବାଡି କର୍ମୀ ରମା ସାହୁ କର୍କଟ ରୋଗରେ ଅସୁସ୍ଥ ଥାଇ ମଧ୍ୟ କରୋନା ମହାମାରୀ ଯୁଦ୍ଧରେ ଜଣେ ଯୋଦ୍ଧା ସାଜି ଆଜିକି ଦୀର୍ଘ ୪ମାସ ଧରି ଲୋକ ମାନଙ୍କ ସେବା କରି ଆସୁଛନ୍ତି । ରମା ଦିଦିଙ୍କୁ କରୋନା ଯୋଦ୍ଧା ଭାବେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ମାନପତ୍ର ପ୍ରଦାନ କରିବା ସହ ଆଗାମୀ ଦିନରେ ଲୋକସେବାରେ ନିୟୋଜିତ ରହିବା ପାଇଁ ଉତ୍ସାହିତ କରିଥିଲେ । ଏହି ସମୟରେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାୟ, ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ସିଡିପିଓ ଶୁଭଶ୍ରୀ ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ଜିଲ୍ଲାପ୍ରଶାସନ ପକ୍ଷରୁ ଏହିଭଳି କର୍ମୀଙ୍କୁ ସମ୍ମାନିତ କରାଯାଇଥିବାରୁ ଅନ୍ୟମାନଙ୍କ ମଧ୍ୟରେ ଏଭଳି ଘଡିସନ୍ଧି ମୁହୂର୍ତ୍ତରେ କାମ କରିବା ପାଇଁ ମନ ଦ୍ଵିଗୁଣିତ ହେବ ବୋଲି ଆଶା କରାଯାଇଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା