ସ୍ଵେଚ୍ଛାସେବୀ ସଂଗଠନ ଟିମ କ୍ଲିନ ସିଟି ପକ୍ଷରୁ ଆଉ ଏକ ଉଦ୍ଧାର କାର୍ଯ୍ୟ…

ଛତ୍ରପୁର (ସମୃଦ୍ଧ ଓଡିଶା) ସ୍ଵେଚ୍ଛାସେବୀ ସଂଗଠନ ଟିମ କ୍ଲିନ ସିଟି ପକ୍ଷରୁ ଗରିବ ତଥା ଅସହାୟ ଲୋକଙ୍କୁ ସହାୟତା ଯୋଗାଇବା କାର୍ଯ୍ୟ ଜାରି ରହିଥିବା ବେଳେ ଗତକାଲି ଛତ୍ରପୁର ଠାରେ ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ସେବା ଯୋଗାଇ ଦିଆଯାଇଥିଲା । ଆଜି ସ୍ଥାନୀୟ ସମାଜସେବି ସାମ୍ବାଦିକ ସମୃଦ୍ଧ ଓଡିଶା ନିଉଜର ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡାଙ୍କ ନେତୃତ୍ଵରେ କ୍ଲିନ ସିଟି ଗୃପକୁ ଜି ତାରିଣୀ ଦୋରା ନାମକ ଗରିବ ଓ ପାଗଳ ବ୍ୟକ୍ତିଙ୍କ ବିଷୟରେ ଅବଗତ କରାଯାଇଥିଲା । ଏହାପରେ ସ୍ଵେଚ୍ଛାସେବୀ ସଂଗଠନ ଟିମ କ୍ଲିନ ସିଟି ତୁରନ୍ତ ସେଠାରେ ପହଞ୍ଚି ସେହି ଗରିବ ତଥା ପାଗଳ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲା । ଯାହା ଟିମ ପକ୍ଷରୁ ଚାଲିଥିବା ଅଭିଯାନର ୨୬ତମ ଉଦ୍ଧାର କାର୍ଯ୍ୟ ବୋଲି ଜଣାପଡିଛି । ଉଦ୍ଧାର କରାଯାଇଥିବା ବ୍ୟକ୍ତିଙ୍କ ଘର ଆସ୍କା ନିକଟସ୍ଥ ଧୋବାପଲ୍ଲୀରେ ବୋଲି ସୂଚନା ମିଳିଛି । ତେବେ ମସ୍ତିକ ବିକୃତି ପରେ ସେ ଦୀର୍ଘଦିନ ଧରି ଛତ୍ରପୁରରେ ଏଣେତେଣେ ବୁଲୁଥିଲେ । ତାରିଣୀଙ୍କୁ ଉଦ୍ଧାର କରିବା ପରେ ତାଙ୍କର ସହମତି କ୍ରମେ ତଥା ସ୍ଥାନୀୟ ବ୍ୟକ୍ତି ବିଶେଷଙ୍କ ସହଯୋଗରେ ଟିମ କ୍ଲିନ ସିଟି ସଦସ୍ୟଙ୍କ ଦ୍ୱାରା ସେବା ଓ ସହାୟତା ଯୋଗାଇ ଦିଆଯାଇଥିଲା । ତାରିଣୀଙ୍କୁ ସଫାସୁତୁରା କରି ନୂତନ ବସ୍ତ୍ର ପରିଧାନ କରିବା ପରେ ସେ ପାଗଳ ହେଲେ ସୁଦ୍ଧା ଟିମ ସଦସ୍ୟଙ୍କ ସେବାକୁ ଦେଖି ତାଙ୍କ ଆଖିରୁ ଲୁହ ଝରି ପଡିଥିଲା । ସେ ପାଗଳ ସତ୍ତ୍ୱେ ଏଥିପାଇଁ ସମସ୍ତଙ୍କୁ କୃତଜ୍ଞତା ଓ ଆଶୀର୍ବାଦ ପ୍ରଦାନ କରିଥିଲେ । ଆଜିର ଏହି ମହତ କାର୍ଯ୍ୟରେ ଟିମ ପକ୍ଷରୁ ରାଜେଶ କୁମାର ସାହୁ, ରାଜେନ୍ଦ୍ର କୁମାର ପାତ୍ର, ଦୀନେଶ ପଟ୍ଟନାୟକ, ସନ୍ତୋଷ ପାତ୍ର ଓ ଶକ୍ତିଧର ରାଜଗୁରୁ ଥିବାବେଳେ ଏଥିରେ ଛତ୍ରପୁରର ଏସ ରାମ ମୋହନ ରାଓ, ପୁଲିନ ପଟ୍ଟନାୟକ, ରୁଇନା ପଟ୍ଟନାୟକ, ରାଜେନ୍ଦ୍ର ପଲାଇ, ଜି ମନୋଜ ରେଡ୍ଡୀ, ଜଗନ୍ନାଥ ରାଓ, ବସନ୍ତ ବେହେରା, କାଳି ସାହୁ, ପ୍ରଦୋଷ ବେହେରା, ଇ. ନାଗେଶ୍ୱର ରାଓ ଓ ସାମ୍ବାଦିକ ସମୃଦ୍ଧ ଓଡିଶା ନିଉଜର ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ । ସ୍ଥାନୀୟ ଲୋକଙ୍କ ଓ ସାମ୍ବାଦିକ ଭାଇଙ୍କ ଏହିପରି କାର୍ଯ୍ୟକୁ ଛତ୍ରପୁର ବୁଦ୍ଧିଜିବିମାନେ ଅଭିନନ୍ଦନ ଜଣାଇବା ସହ ପ୍ରସଂଶା କରିଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା