
ଜଳେଶ୍ୱର (ସମୃଦ୍ଧ ଓଡିଶା) ୩୦ଟି ଏସ୍ଏଚ୍ଜି ଗ୍ରୁପ୍କୁ ନେଇ ଗଠିତ ମହାସଂଘର ଏକ ସଚେତନତା ର୍ୟାଲି ଜଳେଶ୍ୱର ଠାରେ ଅନୁଷ୍ଠିତ ହୋଇ ଯାଇଛି । ସ୍ୱଚ୍ଛତାକୁ ନେଇ ଏକ ଶୋଭାଯାତ୍ରା ଜଳେଶ୍ୱର ସହର ପରିକ୍ରମା କରିଥିଲା । ପ୍ଲାକ କାର୍ଡ ଓ ସ୍ଲୋଗାନ ମାଧ୍ୟମରେ ଲୋକମାନଙ୍କୁ ନିଜେ ସ୍ୱଚ୍ଛ ରହିବା ସହିତ ପରିବେଶକୁ ସ୍ୱଚ୍ଛ ରଖିବାକୁ ସଚେତନ କରାଇଥିଲେ । ଏହି ର୍ୟାଲିରେ ସ୍ୱଚ୍ଛସାଥି, ସୁପର ଭାଇଜର, ଗୋଷ୍ଠୀ ସଂଗଠିକ ଜ୍ୟୋତ୍ସାରାଣୀ ପତି, ସିଏମ୍ଏମ୍ୟୁ ଦେବାଶିଷ ବିଶ୍ୱାଳ, କନିଷ୍ଠଯନ୍ତ୍ରୀ ବୁଦ୍ଧିରାମ ସିଂ, ମାନସ ପତି, ନରେନ୍ଦ୍ର ବାରିକ, ସାରଦା ପ୍ରସନ୍ନ ବେହେରା ପ୍ରମୁଖ ସ୍ୱଚ୍ଛ ଭାରତ ର୍ୟାଲିକୁ ପରିଚାଳନା କରିଥିଲେ ।