ଭଞ୍ଜନଗର (ସମୃଦ୍ଧ ଓଡିଶା) ଭଞ୍ଜନଗର ଉପଖଣ୍ଡରେ ଥିବା ୮ଟି ବ୍ଳକ ଓ ୫ଟି ଏନ.ଏ. ସି ଅଂଚଳରେ ବର୍ତ୍ତମାନ ସୁଦ୍ଧା ୨୦ ହଜାର ୪୪୦ ଜଣଙ୍କ ଉଭୟ ଆରଟିପିସିଆର ଓ ଆଣ୍ଟିଜେନ ଟେଷ୍ଟ କରାଯାଇଛି । ବର୍ତ୍ତମାନ ଦୈନିକ ୪୦୦ରୁ ଉର୍ଦ୍ଧ୍ବ ପରୀକ୍ଷା କରାଯାଉଥିବା ସ୍ୱତନ୍ତ୍ର ଏଡିଏମ୍ ଵିଶାଲ୍ ସିଂ ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ଗତ ୧୦ ଦିନ ମଧ୍ୟରେ ୩୭% ଟେଷ୍ଟ ହୋଇଛି । ଆଜି ସୁଦ୍ଧା ଉପଖଣ୍ଡରେ ୩୩୨୯ ଜଣ ଆକ୍ରାନ୍ତ ହୋଇଛନ୍ତି । ଯେଉଁଥିରେ ୪୮୭ ଜଣ କୋରନା ଯୋଦ୍ଧା ରହିଛନ୍ତି । ଉପଖଣ୍ଡରେ ୨୮୦୮ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ୪୬୩ ଜଣ ବର୍ତ୍ତମାନ ବିଭିନ୍ନ କୋଭିଡ଼ ହସ୍ପିଟାଲ, କୋଭିଡ଼ ହୋମ ଓ କୋଭିଡ଼ କେୟାର ସେଣ୍ଟରରେ ଚିକିତ୍ସିତ ହେଉଛନ୍ତି ଏବଂ ୫୮ ଜଣ ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି । ଉପଖଣ୍ଡର ୮୬% ଗ୍ରାମ ଗ୍ରୀନ ଜୋନ ହୋଇ ସାରିଥିବା ବେଳେ ୫ଟି ଏନଏସିର ୭୦ଟି ୱାର୍ଡରୁ ୩୭% ୱାଡ଼ ଗ୍ରୀନ ଜୋନରେ ରହିଛି । ସହରାଞ୍ଚଳରେ ବାସିନ୍ଦା ଅଧିକ ସତର୍କତା ଅବଲମ୍ବନ କରିବାକୁ ସେ କହିଛନ୍ତି । ପରିସ୍ଥିତି ବର୍ତ୍ତମାନ ଧୀରେ ଧୀରେ ନିୟନ୍ତ୍ରଣ ଆଡ଼କୁ ଗତି କରୁଛି । କୋରନା ମୁକାବିଲାରେ ସହଯୋଗ କରିଥିବାରୁ ଶ୍ରୀ ସିଂ ଉପଖଣ୍ଡର ସମସ୍ତ ଜନସାଧାରଣଙ୍କୁ କୃତଜ୍ଞତା ଜଣାଇଛନ୍ତି । ଆଗକୁ ଆମକୁ ଅଧିକ ସତର୍କତା ଅବଲମ୍ବନ କରିବା ଜରୁରୀ ବୋଲି ସେ କହିଛନ୍ତି ।
ରିପୋର୍ଟ : ନିଲୁ ବିଷୋୟୀ