ମାଟି ମାଆର ମମତା ଜନନୀ ଜନ୍ମ ଭୂମିଶ୍ଚ ସ୍ୱର୍ଗାଦପି ଗରିୟସୀର ଉକ୍ତିକୁ ଜୀବନର ସାର୍ଥକତା ଦିଗରେ ଆହ୍ୱାନ ଦେଇଥାଏ ଓ ଏହାର ପ୍ରେରଣାରେ ଦେଶ ମାତୂକାର ପ୍ରେମ ସ୍ୱତଃପ୍ରବୂତ ଭାବେ ଆମର ପ୍ରତି ରକ୍ତ କଣିକାରେ ଜାଗି ଉଠିଥାଏ । ଲାଦାଖରୁ ଜାଶ୍ମୀର ହୋଇ ଆଣ୍ଡାମାନ ନିକୋବର, ଅରୁଣାଚଳରୁ ଗୋଆରେ ତ୍ରିରଙ୍ଗା ଫର ଫର ଲହରାଇ ଥାଏ ଆମର ଜାତୀୟ ଦିବସରେ । ଏହି ସେହି ଅଗଷ୍ଟ ୧୫, ଆମ ସ୍ୱାଭିମାନର ଦିବସରେ ବନ ଗିରି କନ୍ଦରରେ ଏକ ଅଜଣା ଦେଶ ମାତୂକାର ପ୍ରେମର ଶିହିରଣ ଜାଗ୍ରୁତ ହୋଇଥାଏ । ନିଜ ଦେଶ ମାତୃକାର ପ୍ରେମ ଆବାଳ ବୃଦ୍ଧ ବନିତାଙ୍କୁ ଏକ ନବ ଜାଗରଣର ପ୍ରତିଧ୍ୱନୀ ସୂଷ୍ଟି କରିଥାଏା କରୋନା ବିଶ୍ୱ ମହାମାରୀ ଆମର ଏହି ଜାତୀୟ ଜାଗରଣ ପର୍ବରେ ପ୍ରତିବନ୍ଧକ ଆଣି ପାରିନାହିଁ । ୱାଘା ବୋଡରରେ ଭାରତୀୟ ଜୱାନ ଜାତୀୟ ପତାକାକୁ ଉଚ୍ଚ ଶିଖରରେ ଉଡାଇ ଥିବାବେଳେ ହିମାଳୟର କୋଳରେ ବରଫା ବୂତ୍ତଲାଦାଖର ପେଙ୍ଗୁୟାନ ହ୍ରଦରେ ବୀର ଜୱାନମାନେ ତ୍ରିରଙ୍ଗା ନେଇ ଭାରତ ମାତାକୀ ଜୟର ନାରାରେ ପଡୋଶୀ ରାଷ୍ଟ୍ରକୁ ସତର୍କର ଘଣ୍ଟି ବଜାଇ ଦେଇଛନ୍ତି ଓ ସମଗ୍ର ଜଳରାଶି ଉତୁଙ୍ଗ ଲହରୀମାଳରେ ବଙ୍ଗୋପସାଗର ଆରବ ସାଗରରେ ଭାରତର ନୌସେନାର ଜାଗ୍ରତ ପ୍ରହରୀ ଜୱାନମାନେ ଭାରତର ପରାକାଷ୍ଠା ପ୍ରଦର୍ଶନ କରି ନବ ଉନ୍ମାଦନା ଭରି ଦେଇଛନ୍ତି । କୁନି କୁନି ଶିଶୁମାନେ ଅଗଷ୍ଟ ପନ୍ଦରର କ୍ରାନ୍ତିକୁ ନିଜେ ଅନୁଭବ କରି ଜାତୀୟ ପତାକାକୁ ଆଙ୍କି ଦେଶ ପ୍ରେମର ବହ୍ନିକୁ ଜଳାଇ ପାରିଛନ୍ତି । ପବିତ୍ର ଶିଷାନୁଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ କରି ତ୍ରିରଙ୍ଗାର ମଥାକୁ ନୀଲ ଗଗନରେ ଫର ଫର ଉଡାଇ ପାରିଛନ୍ତି । କଲାଲକିଲ୍ଲାରୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଦେଢ ଘଣ୍ଟାର ସମ୍ବୋଧନରେ ଭାରତର ବିକାଶର ବାର୍ତ୍ତା ସହ ସାର୍ବଭୌମତର ପ୍ରତିଜ୍ଞାକୁ ଚେତାଇ ଦେବା ସହ ଜାତୀୟତାର ବାଣୀରେ ନବ ଉନ୍ମାଦନା ଭରି ଦେଇଛନ୍ତି । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଢେ ୪ କୋଟି ଓଡିଆଙ୍କ ଏକତାର ଲଢେଇ ବିକାଶର ବାର୍ତ୍ତା ଦେଇଛନ୍ତି । କରୋନା ଆମର ପ୍ରଗତିରେ ଅନ୍ତରାୟ ସୂଷ୍ଟି କରିଲେ ବି ଆମେ ଭାଙ୍ଗି ପଡିନୁର ମନ୍ତ୍ର ଶୁଣାଇଛନ୍ତି । କୁନି କୁନି ଶିଶୁଙ୍କର ପ୍ଳେ ସ୍କୁଲ ଟିଟଲ ଟଟଲ, ବ୍ରହ୍ମପୁରେ ଅଧ୍ୟଷା ନିଜେ ଜାତୀୟ ପତାକା ଉତ୍ତୋଳନ କରିବା ବେଳେ କୁନି ପିଲାମାନେ ଘରେ ନିଜେ ଝାନସି ରାଣୀ ଲଷ୍ମୀବାଈଙ୍କ ପୋଷାକରେ ନିଜକୁ ସଜାଇ ଭାରତ ମାତାକୀ ଜୟର ନାରା ଦେଉଥିବା ଭିଡିଓ ପଠାଇ ନିଜର ଦେଶ ମାତୃକାର ପ୍ରେମ ଦେଖାଇଛନ୍ତି । ତାଲଚେରର ଏମସିଏଲର ଡିଏଭି ପବ୍ଳିକ ସ୍କୁଲର ପିଲାମାନେ କି ସୁନ୍ଦର ଦେଶ ମାତୃକାର ଗୀତ ଭିଡିଓ କରି ସମସ୍ତଙ୍କୁ ଦେଶ ପ୍ରେମର ମୂର୍ଚ୍ଛନାରେ ବିଭୋର କରିଛନ୍ତି । ଦେବଗଡ ଚିନ୍ମୟ ପବ୍ଳିକ ସ୍କୁଲର ଛାତ୍ର ଭାରତ ମାଆଙ୍କ ମାନଚିତ୍ରରେ ଜାତୀୟ ପତାକାର ଉତ୍କର୍ଷତା କରୋନା ପ୍ରତିରୋଧକ ମାସ୍କ ସହ ଦୂରତା ବଜାଇ ରଖିବାର ବାର୍ତ୍ତା ଏହି ୭୪ତମ ସ୍ୱାଧୀନତା ଦିବସରେ ଦେଇଛନ୍ତି । ଗାଁ, ନଗର, ବନ ବନାନୀ ଅଧିବାସୀମାନେ ଆମ ସାଂସ୍କୂତିକ ପର୍ବର ଝଲକ ଝଲସାଇଛନ୍ତି । ଭାରତୀୟ କଣ୍ଠଶିଳ୍ପୀମାନେ ଦେଶ ବିଦେଶରେ ଥାଇ ନିଜର କଣ୍ଠରେ ବସୁନ୍ଧକଂ କୁଟୁମ୍ବମରେ ମହାନ ସନ୍ଦେଶ ସମଗ୍ର ବିଶ୍ୱକୁ ଦେଇଛନ୍ତିାପୁରୀ ମହୋଦଧି ବେଳା ଭୂମିରେ ବାଳୁକା ଶିଳ୍ପୀ ସ୍ୱାଧୀନତା ଦିବସକୁ ନମାମୀର ପ୍ରେମ ସନ୍ଦେଶ ଦେଇଛନ୍ତି । ମହାସମାରୋହରେ ୭୪ତମ ସ୍ୱାଧୀନତା ଦିବସ କରୋନା ଲଢେଇ ସମୟରେ ସମଗ୍ର ଭାରତରେ ଓ ବିଦେଶ ଭୂମିରେ ପାଳିତ ହୋଇଯାଇଛି ।
ଲେଖକ : ପୂର୍ବତନ ଲୋକ ସମ୍ପର୍କ ଅଧିକାରୀ ଦାମୋଦର ପାଢ଼ୀ, ବ୍ରହ୍ମପୁର