

ସୋରଡ଼ା (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ସୋରଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଡଗଡ ଠାରେ ସୋରଡ଼ା ବ୍ଲକ କଂଗ୍ରେସ ସଭାପତି ହରିକୃଷ୍ଣ ରଥଙ୍କ ବାସଭବନ ନିକଟରେ ୭୫ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବଡଗଡ ଥାନାଧିକାରୀ ସୁରକୁମାର ଝାଙ୍କ ସମେତ ଅନେକ କର୍ମୀ ଓ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ । ସମସ୍ତେ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ମନେ ପକାଇ ଜାତୀୟ ସଙ୍ଗୀତ ଗାନ ସହିତ ସମସ୍ତେ ମିଶି ଦେଶମାତୃକାର ଚରଣ ବନ୍ଦନା କରିଥିଲେ । ସୋରଡ଼ା ବ୍ଲକ କଂଗ୍ରେସ ସଭାପତିଙ୍କ ନେତୃତ୍ୱରେ ସୋରଡ଼ା ବ୍ଲକ କଂଗ୍ରେସ କମିଟି ଦ୍ଵାରା ବଡଗଡ ଥାନା, ବଡଗଡ କଲେଜ, ବଡଗଡ ହାଡୁ ସରାବ ବିଦ୍ୟାଳୟ ଠାରେ ବୃକ୍ଷ ରୋପଣ କରାଯାଇଥିଲା । ସେଠାରେ ସମସ୍ତଙ୍କୁ ବୃକ୍ଷ ରୋପଣ କରିବା ପାଇଁ ମଧ୍ୟ ନିବେଦନ କରାଯାଇଥିଲା । ସାମାଜିକ ଦୂରତାକୁ ଗୁରୁତ୍ବ ଦିଆଯାଇଥିଲା ।
ରିପୋର୍ଟ : ଆଶୁତୋଷ ପଟ୍ଟନାୟକ