
ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ନବୀନ କାର୍ଯ୍ୟାଳୟ ଠାରେ ଭାରତ ବର୍ଷର ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ, ସମାଜବାଦୀ ନେତା, ବିପ୍ଲବୀ ଡ଼. ରାମ ମନୋହର ଲୋହିୟାଙ୍କ ୧୧୧ତମ ଜୟନ୍ତୀପାଳନ ଅବସରରେ ଡ଼. ଲୋହିୟାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇ ତାଙ୍କର ବହୁମୁଖୀପ୍ରତିଭା ସମ୍ପର୍କରେ ଆଲୋଚନା କରାଯାଇଥିଲା । ନବୀନର ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ରବି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ରାଜ୍ୟ ଲୋକଶକ୍ତି ଅଭିଯାନର ସଭାପତି ତଥା ପରିବେଶ ବିତ ପ୍ରଫୁଲ୍ଲ ସାମନ୍ତରା, ଡ଼ା. ଶ୍ରୀବତ୍ସ ଦଳାଇ, ଡ଼ା. ଚନ୍ଦ୍ରମଣି ସ୍ୱାଇଁ, ହିନ୍ଦ୍ମଜଦୁର ସଭାର ଆବାହକ ସତ୍ୟ ନାରାୟଣ ତ୍ରିପାଠୀ, ସାହିତ୍ୟିକ ସୁଶାନ୍ତ କର, ମାନସ ରଞ୍ଜନ ତ୍ରିପାଠୀ, ସମାଜସେବୀ ପ୍ରଶାନ୍ତ ମହାପାତ୍ର, ଓଡ଼ିଶା ଦରବାରର ସମ୍ପାଦକ ରବିନ୍ଦ୍ର କୁମାର ମହାରଣା, ସାମ୍ବାଦିକ କୃଷ୍ଣଚନ୍ଦ୍ର ପାଳ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା