ବେଲଗୁଣ୍ଠା(ସମୃଦ୍ଧ ଓଡିଶା)ଆଜି ବେଲଗୁଣ୍ଠା ସ୍ଥିତ ସ୍ବାମୀ ବିବେକାନନ୍ଦ ଶିଶୁ ମନ୍ଦିର ପରିସରରେ ଅଭିଭାବକ ଏବଂ ଛାତ୍ରଛାତ୍ରୀଙ୍କୁ ନେଇ ରକ୍ଷା ବନ୍ଧନ ପାଳିତ ହୋଇଯାଇଛି I ଅନୁଷ୍ଠାନ ର ସମ୍ପାଦକ ସୁଶାନ୍ତ କୁମାର ବେହେରା ଦୀପ ପ୍ରଜ୍ବଳନ କରି ସ୍ବାମୀଜୀ ଙ୍କୁ ରାକ୍ଷୀ ପିନ୍ଧାଇ ବିଶ୍ବ ରେ ଭ୍ରାତୃତ୍ଵ ଭାବନା ଜାଗ୍ରତ ଉଦ୍ଧେଶ୍ୟ ରେ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା I ପ୍ରଧାନ ଆଚାର୍ଯ୍ୟ କାଶୀନାଥ ସାହୁ ଙ୍କ ସଭାପତିତ୍ୱରେ ଅନୁଷ୍ଠୀତ କାର୍ଯ୍ୟକ୍ରମରେ ଉପସ୍ଥିତ ଅଭିଭାବକ ମାନେ ରକ୍ଷାବନ୍ଧନ ଉତ୍ସବର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ I ସେହିପରି ଅନୁଷ୍ଠାନ ର କିଛି ଛାତ୍ର ଛାତ୍ରୀ ପାଳିତ ଉତ୍ସବ ର ଅଭିପ୍ରାୟ ବିଷୟ ଉପରେ ସମ୍ୟକ୍ ସୂଚନା ପ୍ରଦାନ କରିଥଲେ । ଅନୁଷ୍ଠାନର କୁନି କୁନି ଭଉଣୀମାନେ ଅତିଥିମାନଙ୍କୁ ରାକ୍ଷୀ ବାନ୍ଧିଥିଲେ । କାର୍ଯ୍ୟକ୍ରମ ଆରମ୍ଭ ରେ ଶିଶୁ ମାନେ ରାକ୍ଷୀ ଗୀତ ବୋଲି ସମସ୍ତଙ୍କୁ ସ୍ଵାଗତ କରିଥିବା ବେଳେ ଅନୁଷ୍ଠାନ ର ସୁକାନ୍ତ, ଶିବରାମ, ସତ୍ୟ ଓ ସୂର୍ଯ୍ୟ ଗୁରୁଜୀ ଏବଂ ଶୁଭଶ୍ରୀ, ସନ୍ଧ୍ୟା, ପିଙ୍କି, ଅର୍ପିତା,ଶୁଭମ୍, ପୁଜା, ରୁନି, ମାଧୁରୀ ଓ ମାହେଶ୍ୱରୀ ଗୁରୁମା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥଲେ I
ରିପୋର୍ଟ : ଆଶୁତୋଷ ପଟ୍ଟନାୟକ