ସ୍ୱାମୀ ମୁକୁନ୍ଦାନନ୍ଦଜୀଙ୍କ ଭଗବତ ଗୀତାର ବ୍ୟାଖ୍ୟା ଓଡିଆ ଭାଷାରେ ପ୍ରକାଶିତ ଗ୍ରନ୍ଥ ଉନ୍ମୋଚନ ହେଲା …

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ପ୍ରବଚନ ସନ୍ଧ୍ୟା କାର୍ଯ୍ୟକ୍ରମ ଅବସରରେ ସ୍ୱାମୀ ମୁକୁନ୍ଦାନନ୍ଦ ଜୀଙ୍କ ଶ୍ରଦ୍ଧେୟ ଆଧ୍ୟାତ୍ମିକ ଗୁରୁ, ଜଗତ ଗୁରୁ ଶ୍ରୀ କୃପାଳୁ ଜୀ ମହାରାଜ ପ୍ରତି ଉତ୍ସର୍ଗୀକୃତ କରି ଭାଗବତ ଗୀତାର ବ୍ୟାଖ୍ୟା ଓଡ଼ିଆରେ ପ୍ରକାଶିତ ଗ୍ରନ୍ଥକୁ ନିଜେ ଉନ୍ମୋଚନ କରିଥିଲେ . ପବିତ୍ର ଐତିହାସିକ ସହର ପାରଳାଖେମୁଣ୍ଡି ମାଟିଠାରୁ ଭାଗବତ ଗୀତା ବିତରଣ ଆରମ୍ଭ କରାଯାଇଥିଲା . ଏହି ଵାଲ ମୁକୁନ୍ଦ କେନ୍ଦ୍ରକୁ ଗ୍ରସ୍ତ କରି ପିଲାମାନଙ୍କ ଗ୍ରହଣରେ ରହି ଶିଶୁ ଆଲୋଚନା ଚକ୍ରରେ ଭାଗ ନେଇଥିଲେ ଏବଂ ପ୍ରତି ରବିବାର ଶ୍ରୀ ରସିକରାଜ ମନ୍ଦିର(ପରିଚ୍ଛାମଠ)ଠାରେ ହରେ ରାମ କୃଷ୍ଣ ଚୌଧରୀଙ୍କ ପ୍ରଚେଷ୍ଟାରେ ଚାଲୁଥିବା ଵାଲ ମୁକୁନ୍ଦ ଶ୍ରେଣୀରେ ଏକ ମାସରେ ଥରେ ଭିଡିଓ କନଫେରେନ୍ସ ମାଧ୍ୟମରେ ପିଲାମାନଙ୍କ ସହିତ କଥାବାର୍ତ୍ତା କରିବେ ବୋଲି ଶିଶୁ ମାନଙ୍କ ପ୍ରଶ୍ନରେ ଉତ୍ତର ଦେଇଥିଲେ . ପ୍ରଥମେ ଶିଶୁ ପ୍ରଜ୍ୟୋତି ଚୌଧରୀ ଗୀତାର ପଞ୍ଚଦଶ ଅଧ୍ୟାୟ ପଠନ ପରେ ରାଜ୍ୟପାଳ ପୁରସ୍କୃତ ଶିକ୍ଷକ ବିଚିତ୍ର ନନ୍ଦ ବେବର୍ତ୍ତା ସ୍ୱାମୀଜୀଙ୍କ କାର୍ଯ୍ୟକ୍ରମକୁ ଆଗକୁ ବଢାଇଥିଲେ . ଏଥିରେ ୮ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ . ସମସ୍ତଙ୍କୁ ସ୍ୱାମୀଜୀଙ୍କ ହସ୍ତରୁ ଵାଲ ମୁକୁନ୍ଦ ଖାତା ଓ ମିଠା ବଣ୍ଟନ କରିଥିଲେ . କେନ୍ଦ୍ରର ସଂଯୋଜିକା ନମିତା ଚୌଧରୀ, ମୁରଲୀଧର ପରିଚ୍ଛା, ଲକ୍ଷ୍ମୀଚରଣ ପଟ୍ଟନାୟକ, ଅନିତା ମିଶ୍ର, ଟିକି ଦିଦି, ସୁଶାନ୍ତ ଭାଇ, ମିଟୁ ଭାଇ, ରାବଣା ଭାଇ ସହଯୋଗ କରିଥିଲେ . ସମସ୍ତ କାର୍ଯ୍ୟକ୍ରମକୁ ଶିକ୍ଷାବିତ ଲିଙ୍ଗରାଜ ପ୍ରସାଦ ଦାସ, ରାଜ କିଶୋର ପାଢ଼ୀ, ଜନ୍ମେଜୟ ସାହୁ ପ୍ରମୁଖ ସହ ସମସ୍ତ ଅଭିଭାବକ ମିଶି ତୁଲାଇଥିଲେ .

ରିପୋର୍ଟ : କୃଷ୍ଣ କୁମାର ବେହେରା