ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ଥ ଯୋଗୁଁ ଛତ୍ରପୁର ଓକିଲ ସଘଂ ଉଦବେଗ ପ୍ରକାଶ କରି ଉପଜିଲ୍ଲାପାଳଙ୍କୁ ଚେତାବନୀ….

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ସକାଳ ୯ ଘଂଟିକା ସମୟରେ ଛତ୍ରପୁର ଓକିଲ ସଂଘର ସଭାପତି କେ. ଶିବରାମ ରେଡ୍ଡୀ ଙ୍କ ସମେତ ଓକିଲ ରାମଚନ୍ଦ୍ର ବେହେରା, କେ. କମଳ ଲୋଚନ ଦାସ, ଶଶୀ ପଟ୍ଟନାୟକ, ଟି. ମୋହନ ରାଓ,ସୁରେଶ ପଟ୍ଟନାୟକ ପ୍ରମୁଖ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ଅଚାନକ ଗସ୍ତ କରି ଜନସେବା ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ଥ ହୋଇପଡିଥିବା ଦେଖି ଘୋର ଉଦବେଗ ପ୍ରକାଶ କରିଥିଲେ . କେବଳ ଦୁଇ ଜଣ ଡାକ୍ତର ସୁଦର୍ଶନ ସାହୁ ଓ ସୁଶାନ୍ତ ସାମନ୍ତରାୟ କାର୍ଯ୍ୟରତ ଥିଲେ .ଅନେକ ରୋଗୀ ଲମ୍ବା ଲାଇନରେ ଛିଡା ହୋଇ ଚିକିତ୍ସା ନିମନ୍ତେ ହନ୍ତସନ୍ତ ହେଉଥିଲେ . ଏହା ଦେଖି ସେମାନେ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଏହାର ଆଶୁ ପଦକ୍ଷେପ ନିମନ୍ତେ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବା ନିମନ୍ତେ ଦାବୀ ଜଣାଇଥିଲେ . ସ୍ୱାସ୍ଥ୍ୟସେବା ସୁଧାର ନ ନିଆଯାଏ ତେବେ ଆଗାମୀ ଦିନରେ ସାମୁହିକ ଭାବେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସଂଘର ସଭାପତି ଜଣାଇଛନ୍ତି .

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା