ସ୍ୱାୟତ୍ତ ଶାସନ ଦିବସରେ ବିଭିନ୍ନ ପ୍ରକଳ୍ପ ଉଦଘାଟନ କଲେ ପାରଳାଖେମୁଣ୍ଡି ବିଧାୟକ

ପାରଳାଖେମୁଣ୍ଡି -(ସମୃଦ୍ଧଓଡିଶା)-ଆଜି ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ବିଧାୟକ ଇଞ୍ଜିନିୟର ଶ୍ରୀ ରୁପେଶ୍ କୁମାର ପାଣିଗ୍ରାହୀ ଓଡ଼ିଶାର ବରପୁତ୍ର ପୁର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ। ତତ୍ ପରେ ପାରଳାଖେମୁଣ୍ଡି ସୁବାଷ ନଗର ନିକଟରେ ଥିବା ମିନି ପାର୍କ, ୱାର୍ଡ଼ ନମ୍ବର ୩ରେ ଶିଶୁ ଉଦ୍ୟାନ ଓ ବଡ଼ ବ୍ରାହ୍ମଣ ସାହି ଛକରେ ମୁକ୍ତା ଯୋଜନାରେ ନିର୍ମିତ ଫଳକ ଉଦଘାଟନ କରିଥିଲେ। ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ପୌର ପରିଷଦ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ, ଉପାଧ୍ୟକ୍ଷ ଶ୍ରୀ ଲେଙ୍କା ମଧୁ ଓ ଅନ୍ୟାନ୍ୟ କାଉନସିଲରମାନେ ଯୋଗଦାନ କରିଥିଲେ । ସଭା ଶେଷରେ ବିଜୁ କଲ୍ୟାଣ ମଣ୍ଡପ ହୋଇଥିବା କାର୍ଯ୍ୟକ୍ରମରେ ସଂସୃତିକ କାର୍ଯ୍ୟକ୍ରମ ଓ ପୌର ପରିଷଦର କାର୍ଯ୍ୟକର୍ତ୍ତା ମାନଙ୍କୁ ପୁରସ୍ତୁତ କରାଯାଇଥିଲା।

ରିପୋର୍ଟ : କୃଷ୍ଣ କୁମାର ବେହେରା