

ଭୁବନେଶ୍ୱର: ୧୯୯୪ ବ୍ୟାଚର ବରିଷ୍ଠ ଆଇଏଏସ ଅଧିକାରୀ ଅପରାଜିତା ଷଡଙ୍ଗୀ ସ୍ୱେଚ୍ଛାକୃତ ଅବସର ନେବା ପାଇଁ ରାଜ୍ୟସରକାରଙ୍କ ନିକଟରେ ଆବେଦନ କରିଥିବା ଜଣାପଡିଛି । କେନ୍ଦ୍ରୀୟ ଡେପୁଟେସନ ଶେଷ ହେବା ପରେ ସେ ଅକ୍ଟୋବର ମାସରେ ଓଡ଼ିଶା ଫେରିବାର ଥିଲା । କିନ୍ତୁ ଅଚାନକ ତାଙ୍କର ଏହି ନିଷ୍ପତ୍ତି ଅନେକଙ୍କୁ ବିସ୍ମିତ କରିଛି । ରାଜ୍ୟରେ ଜଣେ ଦକ୍ଷ ଆଇଏଏସ ଅଧିକାରୀ ଭାବେ ସେ ବେଶ ଜଣାଶୁଣା । ଗତ ୨୦୧୩ରେ ସେ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ । ସେତେବେଳେ ସେ ରାଜ୍ୟ ବୟନଶିଳ୍ପ ସଚିବ ଥିଲେ । କେନ୍ଦ୍ରରେ ସେ ଗ୍ରାମୀଣ ବିକାଶ ସଚିବ ଭାବେ ଯୋଗଦେଇଥିଲେ । ଚଳିତ ମାସରେ ତାଙ୍କ କେନ୍ଦ୍ରୀୟ ଡେପୁଟେସନ ଶେଷ ହେବାର ଥିଲା । ସେ ଏହା ପୂର୍ବରୁ ୧୯୮୯ ବ୍ୟାଚର ଆଇଏଏସ ଅଫିସର ଦେବେନ୍ଦ୍ର ନାଥ ଗୁପ୍ତା ମଧ୍ୟ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିଲେ । ରାଜ୍ୟ ସରକାର ତାଙ୍କର ଏହି ଆବେଦନକୁ ମଂଜୁର କରିଛନ୍ତି ।