ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏଙ୍କ ନିର୍ଦ୍ଦେଶ କ୍ରମେ ଛତ୍ରପୁର ଥାନା ଆମ ପୁଲିସ ସମିତି ପକ୍ଷରୁ ଏକ ସଡ଼କ ସୁରକ୍ଷା ଜୀବନ ରକ୍ଷା ନିମନ୍ତେ ଏକ ସଚେତନ କାର୍ଯ୍ୟକ୍ରମ ସ୍ଥାନୀୟ ଜୁନିୟର ମହିଳା କଲେଜ ପରିସରରେ ଥାନା ଅଧିକାରୀ ପ୍ରିୟସ ରଞ୍ଜନ ଛୋଟରାଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଶେଷ କରି ନିଜେ ନିଜର କିପରି ଧନଜୀବନ ସୁରକ୍ଷା ରକ୍ଷା କରିପାରିବେ ସେଥି ପ୍ରତି ଧ୍ୟାନ ଦେବା ନିମନ୍ତେ ଥାନା ଅଧିକାରୀ ପରାମର୍ଶ ଦେଇଥିଲେ । ଅନ୍ଧବିଶ୍ୱାସ, ଗୁଣିଗାରେଡ଼ି, ଖଟ ବିଦ୍ୟାଳୟକୁ ବିଶ୍ୱାସ କରନ୍ତୁ ନାହିଁ, ଗାଡ଼ି ଚଳାଇବା ସମୟରେ ହେଲିମେଟ ବ୍ୟବହାର, ଏଟିଏମରୁ ଟଙ୍କା କାରବାର ବେଳେ କୌଣସି ଅଚିହ୍ନା ବ୍ୟକ୍ତିଙ୍କ ସାହାର୍ଯ୍ୟ ନିଅନ୍ତୁ ନାହିଁ, ବ୍ୟାଙ୍କରୁ ଏକକାଳୀନ ଅଧିକ ଟଙ୍କା ଉଠାନ୍ତୁ ନାହିଁ, ଯଦି ଉଠାନ୍ତି ତେବେ ସତର୍କତା ଅବଲମ୍ବନ କରନ୍ତୁ, ବ୍ୟାଙ୍କ ସମ୍ବନ୍ଧୀୟ ତଥ୍ୟ ଫୋନରେ କାହାକୁ ଦିଅନ୍ତୁ ନାହିଁ । ବ୍ୟାଙ୍କ ଫୋନ ମାଧ୍ୟମରେ କୌଣସି ତଥ୍ୟ ମାଗେ ନାହିଁ । ଯେକୌଣସି ସହାୟତା ପାଇଁ ପୁଲିସ କଟ୍ରୋଲ ରୁମ୍ ଏବଂ ଡ଼ାଏଲ ନମ୍ବର ୧୦୦କୁ ଫୋନ କରନ୍ତୁ, କୌଣସି ଦାଦନ ଶ୍ରମିକ ଚାଲାଣଙ୍କୁ ଦଦାନ ସର୍ଦ୍ଦାର ମାନଙ୍କ ଦ୍ୱାରା ରାଜ୍ୟ ବାହାରେ ଥିବା ସଂସ୍ଥା ମାନଙ୍କରେ ନିଯୁକ୍ତି କରି ମଜୁରୀ ନଦେଇ ନିର୍ଯ୍ୟାତନା ଦେଲେ ତୁରନ୍ତ ଥାନାକୁ ଜଣାନ୍ତୁ । ପଛୁଆ ବର୍ଗ ତଥା ଅନୁସୂଚିତ ଜାତି ଏବଂ ଜନଜାତି ସଂପର୍କରେ ହେଉଥିବା ନିର୍ଯ୍ୟାତନା ସଂପର୍କରେ ତୁରନ୍ତ ପୋଲିସକୁ ଜଣାନ୍ତୁ । ବେଆଇନ ଅସ୍ତ୍ରଶସ୍ତ୍ର ରଖିଥିବା ଦଣ୍ଡନୀୟ ଅପରାଧ, ବେଆଇନ ଅସ୍ତ୍ରକାରବାରକୁ ପ୍ରସୟ ଦିଅନ୍ତୁ ନାହିଁ, ମହିଳାମାନଙ୍କ ପ୍ରତି ଅଶ୍ଲୀଳ ବ୍ୟବହାର କରନ୍ତୁ ନାହିଁ, ମହିଳାମାନଙ୍କ ପ୍ରତି ଅଶ୍ଲୀଳ ଇଙ୍ଗିତ, ଅଶ୍ଲୀଳ ଫୋନ୍ କଲ୍ କିମ୍ବା ଅଶ୍ଲୀଳ ମେସେଜ ସଂପର୍କରେ ତୁରନ୍ତ ଥାନାକୁ ଜଣାନ୍ତୁ । ଅଂଚଳରେ ଲୁଟେରା, କଳାବଜାରୀ, ବେଆଇନ ମଦ କାରବାର, ଦାଦା ବଟି ସଂପର୍କରେ ଥାନାକୁ ଜଣାନ୍ତୁ । ସମସ୍ତ ବିଷୟରେ କଲେଜର ଛାତ୍ରଛାତ୍ରମାନଙ୍କୁ ଏକ ପ୍ରୋଜେକଟର ମାଧ୍ୟମରେ ସଚେତନତା କରାଯାଇଥିଲା । ଏହା ସହିତ ସ୍ୱୟଂସିଦ୍ଧା, ପରୀ-୨ ଓ ବରିଷ୍ଠ ନାଗରିକମାନଙ୍କୁ କିପରି ସହାୟତା କରାଯାଉଛି ଏହା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଥାନାର ସବ୍ – ଇନିସପେକ୍ଟର ଭାଗ୍ୟଶ୍ରୀ ସ୍ୱାଇଁ, ଜୁନିଅର ମହିଳା କଲେଜର ଅଧ୍ୟକ୍ଷା ଡ଼. ସୁମିତା ମିଶ୍ରଙ୍କ ସମେତ ବହୁ ପୁଲିସ କର୍ମଚାରୀ ଓ ଛାତ୍ରୀମାନେ ଉପସ୍ଥିତ ଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା