ହଜରତ ମେହବୁବ ଜୋତଆଲି ସାହା ବାବାଙ୍କ ଦରଗାର ୧୦୦ ବର୍ଷ ପାଳନ ଅବସରରେ ଉର୍ସ ମୁବାରକ କାର୍ଯ୍ୟକ୍ରମ ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ହଜାରତ ମେହବୁବ ଜୋତଆଲି ସାହା ବାବାଙ୍କ ଦରଗାର ୧୦୦ ବର୍ଷ ପୂର୍ତ୍ତ ଅବସରରେ ଦରଗା ସହି ସ୍ଥିତ ବାବାଙ୍କ ଦରଗା ଠାରେ ଦରଗା କମିଟି ତରଫରୁ ଉର୍ସ ମୁବାରକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ  ଗତ ୫ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଅର୍ଥାତ ଗତକାଲି ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ଅର୍ଥାତ ଲଙ୍ଗରର ବ୍ୟବସ୍ଥା କରାଯାଇଥିଲା । ୬ ତାରିଖରୁ ଅର୍ଥାତ ମଙ୍ଗଳବାର ରାତ୍ର ୯ ଘଣ୍ଟା ସମୟରେ ବିହାର ଓ କଲିକତାରୁ ଆସିଥିବା ଧର୍ମଗୁରୁ ସ୍ଥାନୀୟ ସୁନ୍ନି ସମ୍ପ୍ରଦାୟର ମୁସଲମାନ ଭାଇ ଓ ଭୋଉଣୀମାନଙ୍କୁ ଧର୍ମବାଣୀ ପ୍ରଦାନ କରିଥିଲେ । ଗତକଲି ଉଦଯାପିତ ଏହି ଉତ୍ସବରେ ବାବାଙ୍କ ତରଫରୁ ଏକ ବିଶାଳ ଶୋଭାଯାତ୍ରା ବାହାର କରି ଦରଗାଠାରେ ପହଞ୍ଚିଥିଲା । ଏହି କାର୍ଯ୍ୟକ୍ରମରେ ଦରଗା କମିଟିର ସଭାପତି ହାଜି ଏସ.ଏ.ସକିଲ, ସମ୍ପାଦକ ସୟଦ ଅଲତାଫ, କୋଷାଧ୍ୟକ୍ଷ ଏମ.ଡି.ୟାସିନ, ସୟଦ ଅମଜତ, ସୟଦ ରୋଶନ, ମିର୍.ଆଵିଦ ହୁସେନି,  ଏମ.ଡି.ସାକୀର, ଏସ.କେ.ଜାବେଦ, ଏମ.ଡି.ସାଲୁ, ଏସ.କେ.ଅନୱାର, ସୟଦ ରିଆଜଙ୍କ ସମେତ ବହୁ ସଂଖ୍ୟାରେ ସୁନ୍ନି ସମ୍ପ୍ରଦାୟର ମୁସଲମାନମାନେ ଯୋଗ ଦେଇଥିଲେ । ସେମାନଙ୍କ ସହଯୋଗ, ଯୁବ ଗୋଷ୍ଠୀର ସାହାର୍ଯ୍ୟ ଓ ସହଯୋଗରେ ଏହି କାର୍ଯ୍ୟକ୍ରମ ସଫଳତାର ସହିତ ପରିଚାଳନା ହୋଇଥିଲା ବୋଲି କମିଟିର ସମ୍ପାଦକ ଜଣାଇଛନ୍ତି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା