ହିଞ୍ଜିଳିକାଟୁ (ସମୃଦ୍ଧ ଓଡିଶା) ଜମ୍ମୁ-କାଶ୍ମୀରକୁ ନେଇ ମୋଦି ସରକାର ଏକ ଐତିହାସିକ ନିଷ୍ପତି ନେଇଛନ୍ତି । ସ୍ୱାଧୀନତାର ଦୀର୍ଘ ୭୦ ବର୍ଷ ପରେ ଜମ୍ମୁ-କାଶ୍ମୀରରୁ ହଟିଛି ଧାରା ୩୭୦ । କେବଳ ଧାରା ୩୭୦ ହଟିନି ବରଂ ଜମ୍ମୁ-କାଶ୍ମୀରକୁ ଭାଗ ଭାଗ କରିଛନ୍ତି କେନ୍ଦ୍ର ସରକାର । ଏହି ଖୁସି ଅବସରରେ ହିଞ୍ଜିଳିକାଟୁର ତ୍ରିରଙ୍ଗା ଯୁବ ସଂଘ ତ୍ରିରଙ୍ଗା ପତାକା ଧରି ମିନି ଷ୍ଟାଡିୟମ ଠାରୁ ଆରମ୍ଭ କରି ମାଣିକ ନଗର ଯାଏଁ ବାଇକ ରାଲି କରିଛନ୍ତି । ଏହି କାଯ୍ୟକ୍ରମରେ ରଞ୍ଜନ ସାହୁ, ପ୍ରଭୁଦୂତ ପାତ୍ର, ନୀଳ।ଚଳ ମୁନୀ, ସରୋଜ ପାତ୍ର, ଶ୍ରୀକାନ୍ତ ପ୍ରଧାନ, ଆଲୋକ ନାୟକଙ୍କ ସମେତ ବହୁ ବ୍ୟକ୍ତି ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା