ପଶ୍ଚିମବାର୍ଡ (ସମୃଦ୍ଧ ଓଡିଶା) ଜଳେଶ୍ୱର ଥାନା ଅନ୍ତର୍ଗତ ଚୁଡାମଣିପୁର ଗ୍ରାମର ସ୍ୱର୍ଗତ ବ୍ରଜେନ୍ଦ୍ର ପ୍ରଧାନଙ୍କର ପୁତ୍ର ସପନ ପ୍ରଧାନ ନାମ୍ପୋ ବିଦ୍ୟୁତ୍ ଷ୍ଟକ୍ଚରରେ ଠିକା ଭିତ୍ତିକ କର୍ମଚାରୀ ରୂପେ କାର୍ଯ୍ୟ କରୁଥିଲେ । ଗତ ୨୧-୫-୧୮ରିଖରେ ନିଜ ଘର ଚୁଡାମଣିପୁର ଠାରୁ ନାମ୍ପୋ କାର୍ଯ୍ୟାଳୟକୁ ଯାଇଥିଲେ । ମାତ୍ର ସେ ସେଦିନ ସେଠାରେ କାର୍ଯ୍ୟ ନକରି ତାଙ୍କର ୨ଜଣ ସହଯୋଗୀ ବାଣିଦା ଗ୍ରାମର ଦିନେଶ ମହାନ୍ତି ଓ ଭୋଗରାଇ ଥାନା ଅନ୍ତର୍ଗତ ଟୁକୁରୀ ହାଜିରା ଗ୍ରାମର ଜ୍ୟୋତିପ୍ରକାଶ ପ୍ରଧାନଙ୍କ ସହିତ ତାଳସାରୀରେ ଥିବା ହୋଟେଲ ସାଗର ସୌକତର ରୁମ୍ ନଂ ୧୦୫ରେ ରହିଥିଲେ । ମାତ୍ର କେଉଁ ପରିସ୍ଥିତିରେ ସେମାନେ ସେଠାକୁ ଗଲେ, ହେଟେଲ ରେଜିଷ୍ଟରରେ ତାଙ୍କର ନାମ ପଂଜିକରଣ ହୋଇ ନଥିବା ଓ ମଧ୍ୟରାତ୍ରିରେ ସପନ ପ୍ରଧାନଙ୍କର ମୃତ୍ୟୁ ଘଟିଲା ସେ ସଂପର୍କରେ ପରିବାର ପକ୍ଷରୁ ଆଜି ସଂଧ୍ୟାରେ ଜଳେଶ୍ୱର ପୁର୍ତ୍ତବିଭାଗ ଡାକବଙ୍ଗଳାଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉକ୍ତ ହତ୍ୟା ଘଟଣାର ଖୁଲାସା ପାଇଁ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛନ୍ତି । ଘଟଣା ସଂପର୍କରେ ତାଳସାରୀ ମେରାଇନ୍ ଥାନାରେ ସପନ ପ୍ରଧାନଙ୍କ ବଡଭାଇ ନାରାୟଣ ଚନ୍ଦ୍ର ପ୍ରଧାନଙ୍କ ଅଭିଯୋଗ କ୍ରମେ ଦିନେଶ କୁମାର ମହାନ୍ତି ଓ ଜ୍ୟୋତି ପ୍ରକାଶ ପ୍ରଧାନଙ୍କ ବିରୁଦ୍ଧରେ ଏକ ହତ୍ୟା ମାମଲା ୨୧/୨୦୧୮ ମୂଳେ ଗତ ୨୨/୫/୧୮ରିଖ ରେ ରୁଜୁ ହୋଇଥିଲେ ସୁଦ୍ଧା ଉକ୍ତ ମାମଲାରେ ସଂପୃକ୍ତ ହୋଟେଲ ମାଲିକ କିମ୍ବା ମ୍ୟାନେଜରଙ୍କୁ ପକ୍ଷଭୁକ୍ତ କରାଯାଇନଥିବା ସଂପର୍କରେ ପରିବାବର୍ଗ ବାରମ୍ବାର ବାଲେଶ୍ୱର ଜିଲା ଏସ୍ପି ଓ ଡିଆଜିଙ୍କୁ ଅବଗତ କରିଥିଲେ ସୁଦ୍ଧା ତଦନ୍ତ ସଠିକ୍ ଭାବରେ କରାଯାଉନଥିବାରୁ ସେମାନେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ଉକ୍ତ ସାମ୍ବାଦିକ ସମ୍ମିଳନୀରେ ସପନ ପ୍ରଧାନଙ୍କ ବିଧବା ପତ୍ନୀ ସୁଷମାରାଣୀ ପ୍ରଧାନ (୨୩), ବଡଭାଇ ନାରାୟଣ ଚନ୍ଦ୍ର ପ୍ରାଧନ (୪୨)ଙ୍କ ସମେତ ସମାଜସେବୀ ଦିଲ୍ଲିପ ଗିରି ଓ ଅରୁଣ କୁମାର ବେଜ ଅଭିଯୋଗ କରିଛନ୍ତି । ଯଦି ରାଜ୍ୟସରକାର ଏହି ସମ୍ବେଦନଶୀଳ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଅନୁମତି ପ୍ରଦାନ ନ କରନ୍ତି ତା ହେଲେ ସପରିବାର ସେମାନେ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡ଼ା