ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ପ୍ରେରଣାଦାୟକ ବକ୍ତବ୍ୟମାଳା କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର(ସମୃଦ୍ଧଓଡିଶା)ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଆଜି ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାର କୁ ପରିଭ୍ରମଣରେ ଆସିଥିଲେ l ପ୍ରଥମେ ସେ ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ପରେ ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାରରେ ପାଠକ ପାଠିକା ମାନଙ୍କ ନିମନ୍ତେ ଆୟୋଜିତ ହୋଇଥିବା “ପ୍ରେରଣା ଦାୟକ ଅଭିଭାଷଣ” କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ପାଠକ ଓ ପାଠିକା ମାନଙ୍କୁ ସର୍ବଦା ଅଧ୍ଯୟନରତ ରହିବା ତଥା ଯୁବ ପାଠକ ଓ ପାଠିକା ମାନଙ୍କୁ କଠିନ ପରିଶ୍ରମ କରି ନିଜ ଲକ୍ଷ୍ୟ ସ୍ଥଳରେ ପହଂଚିବା ପାଇଁ ସେ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ର ସ୍ଵତନ୍ତ୍ର କର୍ତ୍ତବ୍ଯରତ ଅଧିକାରୀ ଶ୍ରୀମତୀ ଅନୁଜା ତାରିଣୀ ମିଶ୍ର ପରିଚାଳନା କରିଥିଲେ। ପ୍ରେରଣାଦାୟକ ବକ୍ତବ୍ୟ କାର୍ଯ୍ୟକ୍ରମ ପରେ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏଙ୍କୁ ଭଦ୍ରକ ଜିଲ୍ଲାପାଳ ଭାବେ ବଦଳି ହୋଇଥିବାରୁ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି ଉତ୍ସବରେ ବହୁ ପାଠକ ପାଠିକା ଓ ରାଜ୍ଯ ଗ୍ରନ୍ଥାଗାର ର କର୍ମଚାରୀମାନେ ଯୋଗ ଦେଇଥିଲେ ଏବଂ ତାଙ୍କର ଶୁଭେଚ୍ଛା ନିର୍ଦ୍ଦେଶକ ମହୋଦୟଙ୍କୁ ଜଣାଇଥିଲେ l

ରିପୋର୍ଟ : ରଜତ ମହାପାତ୍ର