
ନୂଆଦିଲ୍ଲୀ (ସମୃଦ୍ଧ ଓଡିଶା) ଆଗାମୀ ଅକ୍ଟୋବର ୩୧ରେ ବିଧିବଦ୍ଧଭାବେ ଜାମ୍ମୁ-କଶ୍ମୀର ବିଭାଜନ ହେବ । ଏହା ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ଏବଂ ଲଦାଖରେ ପରିଣତ ହେବ । ତେବେ ଏହା ପୂର୍ବରୁ ଦେଶର ରାଜଧାନୀରେ ହାଇ ଆଲର୍ଟ ଜାରି କରି ବ୍ୟାପକ ସୁରକ୍ଷା କର୍ମୀ ମୂତୟନ କରାଯାଇଛି । ଜମ୍ମୁ-କଶ୍ମୀର ବିଭାଜନକୁ ବିରୋଧ କରି କିଛି ଅଘଟଣ ହେବାନେଇ ଗୁଇନ୍ଦା ସୂଚନା ରହିଥିବାରୁ ଏହାର ଆଧାରରେ ଏଭଳି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।