ଜଳେଶ୍ୱର (ସମୃଦ୍ଧ ଓଡିଶା) ସମ୍ପ୍ରତି ରାଜ୍ୟରେ ବିଭିନ୍ନ ମଲ, ସରକାରୀ କାର୍ଯ୍ୟାଳୟ, କୋର୍ଟ କଚେରୀ, ନସିଂହୋମ, ହୋଟେଲ ଇତ୍ୟାଦିରେ ଅଗ୍ନି ନିରାପତ୍ତା ଓ ଅନ୍ୟ କେତେକ ସୁରକ୍ଷା ବ୍ୟବସ୍ଥା ଲାଗି ମାନ୍ୟବର ଉଚ୍ଚକୋର୍ଟ ଧନ ଜୀବନ ରକ୍ଷା ଲାଗି କେତେକ ପଦକ୍ଷେପ ନେବାକୁ ସରକାରଙ୍କୁ ନିଦ୍ଦେଶ ହେଇଛନ୍ତି । ସେହି ପରିପ୍ରେକ୍ଷୀରେ ଜଳେଶ୍ୱରରେ ଥିବା ୩ଟି କୋର୍ଟର ସୁରକ୍ଷା ଲାଗି ଆଜି ଦମକଳ ବାହିନୀ ପକ୍ଷରୁ କେତେକ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି । ଭୋଗରାଇର ଫାୟାର ଅଫିସର ପଂଞ୍ଚାନନ ସୋରେନ୍, ଆଗ୍ନିକ ଦୁର୍ଗା ଚରଣ ହାଁସଦା, ପ୍ରଦୀପ କୁମାର ବେହେରା, ଅଜୟ କୁମାର ସାହୁ, ନିରଞ୍ଜନ ଟୁଡୁ ପ୍ରମୁଖ ଜଳେଶ୍ୱର କୋର୍ଟ ପରିସରର ମାପଚୁପ ଓ ଯାଞ୍ଚ କରିଥିଲେ । କୋର୍ଟ ପରିସରର ଅତି ନିକଟରେ ବିଦ୍ୟୁତ୍ ତାର ଥିବା, ଫାୟାର ଏଷ୍ଟିଙ୍ଗ୍ୟୁସାରର ଅବସ୍ଥିତି ସଂପର୍କରେ ଯାଞ୍ଚ କରିଥିଲେ । ଏ ସଂପର୍କରେ ରାସ୍ତାନିକଟରୁ କୋର୍ଟର ଦୂରତ୍ୱ, ଆପଦକାଳୀନ ସମୟରେ କୋର୍ଟ ପରିସରରୁ ପ୍ରସସ୍ତ ସ୍ଥାନ ସଂପର୍କରେ ସର୍ବେକ୍ଷଣ କରିଥିଲେ । ଏ ସମସ୍ତ କାର୍ଯ୍ୟ ଚାଲିଥିଲା ବେଳେ ବହୁ ଜନସାଧାରଣ ରୁଣ୍ଡ ହୋଇ ଉତ୍ସାହର ସହିତ ଦେଖୁଥିବା ନଜରକୁ ଆସିଛି ।
ରିପୋର୍ଟ : ଭୂପତି କୁମାର ପରିଡ଼ା