

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଓକିଲ ସଂଘ ପାଇଁ ଶୁଭ ସୂଚନା । ହାଇକୋର୍ଟର ସ୍ତାଇ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଓକିଲ ସଂଘର ପ୍ରତିନିଧିମାନଙ୍କୁ ନବୀନ ନିବାସ ପକ୍ଷରୁ ଆଜି ଡାକରା ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ସହ ଓକିଲ ସଂଘର ପ୍ରତିନିଧିମାନେ ଆଲୋଚନା କରିବେ । ଆଜି ଠିକ ଦିନ ୧୧ ଟା ସମୟରେ ଏହି ଆଲୋଚନା ହୋଇଛି । ଗୋପାଳପୁର ବିଧାୟକ ଡ଼ଃ ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରଚେଷ୍ଟାରେ ଏହା ସଫଳ ହୋଇଛି ବୋଲି ସଂଘ ସଭାପତି ମୋହନ ସିଂହାରି ଏବଂ ସମ୍ପାଦକ ପ୍ରକାଶ ଦାଶ ଏହା କହିଛନ୍ତି । ତେବେ ପୂର୍ବରୁ ମଧ୍ୟ ଜିଲ୍ଲାର ୬୦ ଜଣ ପ୍ରତିନିଧି ଦଳ ୨୦୦୮ରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ଏହା ସତ୍ତ୍ୱେ ମଧ୍ୟ କୌଣସି ସୁଫଳ ମିଳି ନଥିଲା । କିନ୍ତୁ ବର୍ତ୍ତମାନର ଏହି ଆଲୋଚନା କିଛି ସୁଫଳ ଆଣିବ ବୋଲି ସଂଘ ପକ୍ଷରୁ ଆଶା କରାଯାଉଛି ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା


