
ଜଳେଶ୍ୱର (ସମୃଦ୍ଧ ଓଡିଶା) ଗତ ୪ଦିନ ଧରି ହାତୀ ରାଇବଣିଆ ଥାନା ଅନ୍ତର୍ଗତ ଶ୍ୟାମନଗର ପଂଚାୟତରେ ରହୁଥିବାରୁ ୧୨ପଂଚାୟତରେ ବିଦ୍ୟୁତ୍ ବିଛିନ୍ନ କରାଯାଇଛି । କୌଣସି ଅଂଚଳକୁ ହାତୀଗଲେ ସରକାରଙ୍କ ନିୟମ ଅନୁଯାୟୀ ବିଦ୍ୟୁତ୍ ବିଛିନ୍ନ କରାଯାଉଥିବା ବେଳେ ରାଇବଣିଆର ବିସ୍ତର୍ଣ୍ଣ ଅଂଚଳରେ ବିଦ୍ୟୁତ କାଟ ବିରୁଧରେ ଉତ୍ତେଜନା ପ୍ରକାଶ ପାଉଛି । ହାତୀଗଡ ଠାରେ ଥିବା ନେସ୍କୋର କଣ୍ଟ୍ରୋଲ ରୁମରୁ ବିଦ୍ୟୁତ୍ ସରବରାହ ବିଛିନ୍ନ ନ କରି ଚୁଡାମଣିପୁର ଓ ରାଜନଗର ଫଡରୁ ବିଦ୍ୟୁତ୍ ସରବରାହ ବିଛିନ୍ନ କରାଗଲେ ସମଗ୍ର ରାଇବଣିଆ ଅନ୍ଧକାରରେ ରହନ୍ତାନାହିଁବୋଲି ମତପ୍ରକାଶ ପାଉଛି । ଦୀର୍ଘ ୧୫ବର୍ଷ ଧରି ଝାଡଖଣ୍ଡ ଓ ଶିମିଳିପାଳରୁ ହାତୀ ଆସୁଥିବା ବେଳେ ନେସ୍କୋ କେବଳ ହାତୀ ଆସୁଥିବା ଅଂଚଳ ଲାଗି ଏକ ଫିଡର୍ ସୃଷ୍ଟି କରି ପାରିଲେ ସମଗ୍ର ଅଂଚଳ ଅନ୍ଧକାର ହେବ ନାହିଁବୋଲି ବହୁ ବୁଦ୍ଧିଜୀବିମାନେ ମତପ୍ରକାଶ କରିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା