ହାବିଲଦାର ଓ କନେଷ୍ଟବଳ ମହାସଂଘ ଦେଲା ଆନ୍ଦୋଳନ ନେଇ ପାଲଟା ଚେତାବନୀ

ଭୁବନେଶ୍ୱର(ଆକାଶ ମିଶ୍ର)- ଓକିଲଙ୍କ ପରେ ଏବେ ଅଣ୍ଟା ଭିଡିଲେ ହାବିଲଦାର ଓ କନେଷ୍ଟବଳ ମହାସଂଘ । ଓକିଲ ମାନେ ଗିରଫ ଦାବିରେ ଅଡି ବସିଲେ ଏବଂ ଚାପ ସୃଷ୍ଟି କଲେ ସେମାନେ ବି ଆନ୍ଦୋଳନକୁ ବାହାରିବେ ବୋଲି ହାବିଲଦାର ଓ କନେଷ୍ଟବଳ ମହାସଂଘ ଚେତାବନୀ ଦେଇଛିି ।ଜଣେ ହାଇକୋର୍ଟ ଓକିଲଙ୍କୁ ମାଡମାରିବା ଘଟଣାରେ ଦୁଇଜଣ ପୋଲିସ କର୍ମଚାରୀ ଇତି ମଧ୍ୟରେ ଗିରଫ ହୋଇ ଜାମିନରେ ଆସିଛନ୍ତି । କିନ୍ତୁ ଓକିଲମାନେ ଏଥିରେ ସଂପୃକ୍ତ ଆଉ ୪ ଜଣ ଗିରଫ ନହେବା ପଯ୍ୟନ୍ତ ସେମାନେ ଆନ୍ଦୋଳନ ଜାରି ରଖିବେ । କଟକରେ ବ୍ୟାଙ୍କ ଓ ଟ୍ରେଜେରୀକୁ ଛାଡି ଆଉ ସବୁ ସରକାରୀ କାଯ୍ୟଳୟ ବନ୍ଦ କରିବେ । ଆଜି ହାଇକୋର୍ଟ ଓକିଲ ସଂଘର କାଯ୍ୟକାରୀ ବୈଠକ ବସି ଏହି ନିଷ୍ପତ୍ତି ଘୋଷଣା କରାଯିବା ପରେ ହାବିଲଦାର ଓ କନେଷ୍ଟବଳ ମହାସଂଘ ଆଗକୁ ଆସିଛି । ମହାସଂଘ ପ କ୍ଷରୁ ସାମରିକ ସମ୍ମିଳନୀ କରାଯାଇ ସେମାନେ ମଧ୍ୟ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ପାଲଟା ଧମକ ଦେଇଛନ୍ତି । ମହାସଂଘର ସଭାପତି ସନ୍ତୋଷ ଶତପଥୀ କହିଛନ୍ତି, ଓକିଲମାନେ ଆମକୁ ଗିରଫ କରିବା ପାଇଁ ଯେପରି ଚାପ ସୃଷ୍ଟି କରୁଛନ୍ତି ଆମର ସହିବାର ଧଯ୍ୟ ବାହାରେ ହୋଇଗଲାଣି । ମାସେ ହେଲା ଆମେ ସହିଳୁଣି ଆଉ ଯଦି ସରକାରଙ୍କ ଉପରେ ଚାପ ସୃଷ୍ଟି କରିବେ ଓ ଗିରଫଦାରି ଦାବିି ଜାରି ରଖିବେ ତେବେ ଆମେ ବି ଆନ୍ଦୋଳନକୁ ବାହାରିବୁ । କ୍ରାଇମ ବ୍ରାଞ୍ଚ
ଘଟଣାର ତଦନ୍ତ କରୁଛି । ଏ କ୍ଷେତ୍ରରେ ଗିରଫ ନେଇ ବାରମ୍ବାର ଚାପ ସୃଷ୍ଟି କରିବା ଉଚିତ ନୁହେଁ । ଏଣୁ ସେମାନେ ବି ଓକିଲଙ୍କୁ ପାଲଟା ଚେତବନୀ ଦେଇଛନ୍ତି ।