
ହିଞ୍ଜିଳିକାଟୁ (ସମୃଦ୍ଧ ଓଡିଶା) ହିଞ୍ଜିଳିକାଟୁ ଓ ଶେରଗଡ଼ ବ୍ଲକର ବିଭିନ୍ନ ଗ୍ରାମରେ ଅଙ୍ଗନୱାଡି କର୍ମୀମାନେ ସେମାନଙ୍କ ସହକର୍ମୀ ମାନଙ୍କୁ ନେଇ ପ୍ରତି ୧୫ ଦିନରେ ଠାରେ ଘରେ ଘରେ ସରକାରଙ୍କ ପକ୍ଷରୁ ମାଗଣା ଅଣ୍ଡା ବଣ୍ଟନ କରୁଥିବା ଖବର ହସ୍ତଗତ ହୋଇଛି । ଅଣ୍ଡା ବଣ୍ଟନ ଦାୟିତ୍ୱ ଜିଲ୍ଲାପ୍ରଶାସନ ଅଙ୍ଗନୱାଡି କର୍ମୀଙ୍କ ଠାରୁ ଉଠାଇ ନେଇଥିବାରୁ ମଝିରେ ଅସନ୍ତୋଷ ପ୍ରକାଶ ପାଇଥିଲା । ବାରମ୍ବାର ଦାବୀ ହେବା ପରେ ସମୃଦ୍ଧ ଓଡିଶାରେ ଖବର ପ୍ରକାଶିତ ହେବାରୁ ଜିଲ୍ଲା ପ୍ରଶାସନ ପୁଣି ଅଙ୍ଗନୱାଡି କର୍ମୀମାନଙ୍କୁ ଅଣ୍ଡା ବଣ୍ଟନ ଦାୟିତ୍ୱ ଦେଇଥିବା ଜଣାପଡିଛି । ଶେରଗଡ଼ ବ୍ଲକର ପିତଳ, ସନ୍ତୋଷପୁର, ତହର ଆଦି ଅଞ୍ଚଳରେ ଅଙ୍ଗନୱାଡି କର୍ମୀ ମାନେ ଅଣ୍ଡା ବଣ୍ଟନ କରିବା ସହ ସାମାଜିକ ଦୂରତ୍ୱ ଓ ଅନ୍ୟାନ୍ୟ ପ୍ରତିଷେଧକ ବ୍ୟବସ୍ଥା କିପରି ନିଆଯାଇପାରିବ ସେ ସମ୍ପର୍କରେ ଲୋକଙ୍କୁ ସଚେତନ କରିଥିଲେ ।
ରିପୋର୍ଟ : ରାଜଲକ୍ଷ୍ମୀ ପାଢ଼ୀ