ହିଞ୍ଜିଳିକାଟୁ କଲେଜରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପାଠ ଚକ୍ର ଅନୁଷ୍ଠିତ

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା) ଗଞ୍ଜାମ ଜିଲ୍ଲା ହିଞ୍ଜିଳି କାଟୁ ସ୍ଵୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟରେ ସ୍ନାତକ ଓ ସ୍ନାତକୋତ୍ତରଓଡ଼ିଆ ଭାଷା ସାହିତ୍ୟ ବିଭାଗତରଫରୁ ଓଡ଼ିଆ ପାଠ ଚକ୍ର ଅଧ୍ୟକ୍ଷ ଅରୁଣ କୁମାର ଖାଡ଼ଙ୍ଗାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି | ଶୀର୍ଷକ – ଛମାଣ ଆଠଗୁଣ୍ଠ ଉପନ୍ୟାସରେ ସମାଜ ଚେତନାକୁ ନେଇ । ମୁଖ୍ୟ ଅତିଥି ଭାବେ ଆଞ୍ଚଳିକ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଡ଼ ସିଦ୍ଧାର୍ଥ ଶଙ୍କର ପାଢ଼ୀ ,ମୁଖ୍ୟ ବକ୍ତା ଭାବେ ଡ଼ ଲମ୍ବୋଦର ପାଣିଗ୍ରାହୀ ଯୋଗଦେଇ ଏହି ଉପନ୍ୟାସକୁ ପଙ୍ଖାନୁପୁଙ୍ଖ ଆଲୋଚନା କରିଥଲେ । ଓଡ଼ିଆ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ଦୀନବନ୍ଧୁ ମହାନ୍ତି ଅତିଥି ପରିଚୟ ଓ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋଚନା କରିଥିଲେ । ବିଭାଗର ପ୍ରାକ୍ତନ ଛାତ୍ରୀ ଲକ୍ଷ୍ମୀ ପାଣିଗ୍ରାହୀଙ୍କୁ ଶ୍ରେଷ୍ଠ ଛାତ୍ରୀ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରବନ୍ଧ ପାଠ କରିଥିଲେ ସ୍ନାତକ ଛାତ୍ର କାହ୍ନୁଚରଣ ପାତ୍ର ଓ ସ୍ନାତକୋତ୍ତର ଛାତ୍ରୀ ଦୀପ୍ତି ମଞ୍ଜରୀ ସାହୁ, ସମ୍ମାନିତ ଅତିଥି ଭାବେ ପ୍ରଶାସନିକ ଅଧିକାରୀ ଡ଼. ପ୍ରଦୀପ କୁମାର ନନ୍ଦ, ଡ. କେଶବ ଚନ୍ଦ୍ର ଷଡଙ୍ଗୀ ଯୋଗଦେଇଥିବା ବେଳେ ଡ.ସୁଧୀର ପାଣିଗ୍ରାହୀ , ଡ.ପ୍ରଫୁଲ୍ଲ କୁମାର ରଥ , ଡ.ଲଳିତ ମୋହନ ପଟ୍ଟନାୟକ ଡ.ସୁଜାତା ମହାପାତ୍ର ମଞ୍ଚା ସୀନ ଥିଲେ ।ଅଧ୍ୟାପକ ଅନିଲ କୁମାର ପାତ୍ର ଧନ୍ୟବାଦ୍ ଦେଇଥିବାବେଳେ ଅଧ୍ୟାପକ ଜଗନ୍ନାଥ ମହାପାତ୍ର, ଅଧ୍ୟାପକ ସୁଦର୍ଶନ ରଇତ, ଅଧ୍ୟାପିକା ଡ଼.ସଂଗୀତା ମିଶ୍ର , ଡ.ଭାରତୀ ବାଳା ସାହୁ ପରିଚାଳନା କରିଥିଲେ,ଛାତ୍ର ଆକାଶ ,କୋରା ଛାତ୍ରୀ ପ୍ରାଚୀ ,ପ୍ରିୟଙ୍କା ,ଶୁଭଶ୍ରୀ ସହଯୋଗ କରିଥିଲେ ।ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇ ଥିଲା ।
ରିପୋର୍ଟ:-ରଜତ ପଟ୍ଟନାୟକ