

ହିଞ୍ଜିଳିକାଟୁ (ସମୃଦ୍ଧ ଓଡିଶା) ମା ତାରାତାରିଣୀ ନାମକ ଏକ ଯାତ୍ରୀବାହି ବସ ସୋରଡ଼ାରୁ ବ୍ରହ୍ମପୁର ଯାଉଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏହା ହିଞ୍ଜିଳିକାଟୁ ନିକଟସ୍ଥ ଭାରସାମ୍ୟ ହରାଇ ଏକ କଲଭର୍ଟର ସାଇଡ ୱାଲ ଉପରେ ଚଢି ଯାଇଥିଲା । ସୌଭାଗ୍ୟ ବଶତଃ ପୁରା ଓଲଟି ନଯାଇ ଅଧାରେ ଅଟକି ଯାଇଥିଲା । ସେଥିରେ ୧୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣା ପରେ ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା
