


ହିଞ୍ଜିଳିକାଟୁ (ସମୃଦ୍ଧ ଓଡିଶା) ହିଞ୍ଜିଳିକାଟୁରେ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଡା ମନୋରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ପଥ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଏହାସହ ସମ୍ମାନିତ ଅତିଥି ଭାବେ ପିଡି ଡିଆରଡିଏ ଇ.ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଆସ୍କା ଏସଡ଼ିପିଓ ସୂର୍ଯ୍ୟମଣି ପ୍ରଧାନ, ତହସିଲଦାର ଗୋପୀନାଥ କଅର, ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ଆଇଆଇସି ଅଭିମନ୍ୟୁ ଦାସ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ପ୍ରତିନିଧି ଶରତ ମହାପାତ୍ର ଯୋଗ ଦେଇଥିଲେ । ଜିଲ୍ଲାପାଳ ସମସ୍ତଙ୍କୁ ଉତ୍ସାହିତ କରିବା ସହ ସହରକୁ ସ୍ୱଚ୍ଛ ଓ ସିନ୍ଦର ରୂପେ ଗଢି ତୋଳିବା ପାଇଁ ପ୍ଲାଷ୍ଟିକ ଦ୍ରବ୍ୟ ବ୍ୟବହାର ନ କିରବାକୁ ଶପଥ କରାଇବା ସହ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ । ଏହି ପଥ ଉତ୍ସବରେ ଓଡ଼ିଆ ସଙ୍ଗୀତ ଜଗତର ଗାୟକ ଦୀପ୍ତିରେଖା, ଆଶୁତୋଷ, ସମ୍ବଲପୁରୀ ଗାୟକ ମଣ୍ଟୁ ଛୁରିଆ ଯୋଗଦେଇ ଦର୍ଶକଙ୍କୁ ଉତ୍ସାହିତ କରାଇଥିଲେ । ଏଥିରେ ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ଦାସକାଠିଆ, ସହରର ବୁଦ୍ଧିଜୀବୀମାନଙ୍କ ଦ୍ୱାରା ସାହିତ୍ୟ ଆସର, ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ଦ୍ୱାରା ଝୋଟି, ମ୍ୟୁଜିକ ଚେୟାର ପ୍ରତିଯୋଗିତାମାନ ଅନୁଷ୍ଠିତ କରାଯାଇଥିଲା । ଏହି ଅବସରରେ ଦର୍ଶକଙ୍କୁ ସବୁଠାରୁ ଅଧିକ ଆକର୍ଷିତ କରିଥିଲା ବାଲୁକା କଳା ଓ ସେଲଫି କନେର । ଏହି କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ପୌର ପରିଷଦର ପୂର୍ବତନ ନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ, ମୁଖ୍ୟମନ୍ତ୍ରୀଙ୍କ ପୌରାଞ୍ଚଳ ପ୍ରତିନିଧି ସଞ୍ଜୟ ପଣ୍ଡା, ଛାତ୍ର ବିଜେଡି ସଭାପତି ରିଙ୍କୁ ପଣ୍ଡା, ଆସିକା ସାଂସଦଙ୍କ ବ୍ୟକ୍ତିଗତ ସହାୟକ ନୀଳମଣି ପଟ୍ଟନାୟକ, ବ୍ଲକ ଅଧ୍ୟକ୍ଷ ଏନ. ରଘୁନାଥ, ବିଜେପି ନେତା ଦେବାନନ୍ଦ ମହାପାତ୍ର, ସିଡିପିଓ ଶୁଭଶ୍ରୀ ପାତ୍ର, ସରକାରୀ ବୃନ୍ଦାବନ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ମୁନି, ପୌର ପରିଷଦର କନିଷ୍ଠ ମନ୍ତ୍ରୀ ମାନସ ରଞ୍ଜନ ଦାସ, ଦିଲୀପ ମିଶ୍ର, ସାଉଥକୋ ଏସଡିଓ ସତ୍ୟ ନାରାୟଣ ଦାସ, ଯନ୍ତ୍ରୀ ସରୋଜ କୁମାର ମିଶ୍ର, ତ୍ରିରଙ୍ଗା ଯୁବକ ସଂଘ ଟିମ ଓ ଅନ୍ୟାନ୍ୟ ଅନୁଷ୍ଠାନ, ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ପରିଚାଳନା କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା







