ହିଞ୍ଜିଳିକାଟୁ (ସମୃଦ୍ଧ ଓଡିଶା) ହିଞ୍ଜିଳିକାଟୁ ସରକାରୀ ଆଇଟିଆଇ ଠାରେ ଗତକାଲି ଅପ୍ରେଣ୍ଟିସିପ ପାଖୱାଡା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମୁଖ୍ୟ ଅତିଥି ରୂପେ ଗଞ୍ଜାମ ଜିଲ୍ଲା ଶିଳ୍ପ କେନ୍ଦ୍ର ସାଧାରଣ ପରିଚାଳକ ଗୌରମୋହନ ସିଂ, ମୁଖ୍ୟ ବକ୍ତା ରୂପେ ଆଞ୍ଚଳିକ କର୍ମ ନିୟୋଜନ ସଂସ୍ଥା ପରିଚାଳକ ଆର.ଏମ ଖିଲାନା ଯୋଗଦେଇଥିବା ବେଳେ କଙ୍କୋରଡା ଶ୍ରୀରାମଷ୍ଟିଲର ମାଲିକ ରବୀନ୍ଦ୍ର ପଟ୍ଟନାୟକ, ଶେରଗଡ଼ ସରକାରୀ ଆଇଟିଆଇ ଅଧ୍ୟକ୍ଷ ଇଁ.ଉମାକାନ୍ତ ପଟ୍ଟନାୟକ, ବ୍ରହ୍ମପୁର ପ୍ଲାଷ୍ଟିକ ବିକାଶ ପରିଚାଳକ ଶୁଭ୍ରାଂଶୁ ନାୟକ ପ୍ରମୁଖ ଅତିଥି ରୁପେ ଯୋଗ ଦେଇଥିଲେ । ହିଞ୍ଜିଳିକାଟୁ ଆଇଟିଆଇ ଅଧ୍ୟକ୍ଷ ଇଁ. ଅମୁଲ୍ୟ କୁମାର ପଣ୍ଡା ଅଧ୍ୟକ୍ଷତାରେ କରିଥିଲେ । ସମସ୍ତ ଅତଥି ବୃନ୍ଦ ଛାତ୍ରଛାତ୍ରୀ ମାନଙ୍କୁ ଅପ୍ରେଣ୍ଟିସିପର ଉପକାର ଓ ଆବଶ୍ୟକତା ବିଷୟରେ ଅବଗତ କରାଇଥିଲେ । ଏହା ସମସ୍ତଙ୍କର ଭବିଷ୍ୟତ ଗଠନରେ ନିତାନ୍ତ ସହାୟକ ହେବ । ଏହି ଅବସରରେ ଅପ୍ରେଣ୍ଟିସିପ କରିଥିବା ପୁରାତନ ଛାତ୍ର ଅପ୍ରେଣ୍ଟିସିପ ବିଷୟରେ କହିଥିଲେ । ଛାତ୍ରଛାତ୍ରୀ ମାନେ ଅପ୍ରେଣ୍ଟିସିପ ଉପରେ ନାଟକ ପରିଚାଳନା କରିଥିଲେ ।
ରିପୋର୍ଟ : ବିଜୟ ମଲ୍ଲ