

ହିଞ୍ଜିଳିକାଟୁ (ସମୃଦ୍ଧ ଓଡିଶା) ବାଳିକା ମାନଙ୍କ ପ୍ରୋତ୍ସାହନ ନିମନ୍ତେ ସରକାର କରିଥିବା ବିଭିନ୍ନ ଯୋଜନା ଭିତରେ ମୋ ଗେହ୍ଲା ଝିଅ ଅନ୍ୟତମ । କନ୍ୟା ସନ୍ତାନଙ୍କ ସମୃଦ୍ଧି, ଶିକ୍ଷା ଓ ସ୍ୱାସ୍ଥ୍ୟ ଦୃଷ୍ଟିରୁ ସଚେତନତା ପାଇଁ ସରକାର ଏହାକୁ ଲାଗୁ କରିଛନ୍ତି । ଏହା ମାଧ୍ୟମରେ କନ୍ୟା ସନ୍ତାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଦେବାକୁ ପ୍ରଶାସନର ପ୍ରୟାସ ଜାରୀ ରହିଛି । ହିଞ୍ଜିଳିକାଟୁର ୨୧ଟି ପଞ୍ଚାୟତରେ ବିଭିନ୍ନ ଗ୍ରାମରେ ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୩୭ ଜଣ ଛୋଟ ଶିଶୁଙ୍କୁ ମାନପତ୍ର, କିଟ ପ୍ରଦାନ କରିବା ସହ ଗଛ ଲଗାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି ତହସିଲଦାର ଗୋପୀନାଥ କୁଆଁର, ବ୍ଲକ ଅଧ୍ୟକ୍ଷ ଏନ.ରଘୁନାଥ, ସିଡିପିଓ ଶୁଭଶ୍ରୀ ପାତ୍ର, ଆଶା କର୍ମୀ ସୁପର ଭାଇଜର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା
