ହିଞ୍ଜିଳିକାଟୁରେ ଇଭିଏମ୍-ଭିଭିପାଟ ସଚେତନତା ରଥର ଶୁଭାରମ୍ଭ…

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)ଜାତୀୟ ନିର୍ବାଚନ କମିଶନଙ୍କ ନିଷ୍ପତି ଅନୁଯାୟୀ ଆଗାମୀ ସାଧାରଣ ନିର୍ବାଚନରେ ଦେଶର ସବୁ ମତଦାନ କେନ୍ଦ୍ରରେ  ଇଭିଏମ୍ ମେସିନ୍ ସହ ପ୍ରଥମଥର ପାଇଁ ଭିଭିପ୍ୟାଟ୍ ର ବ୍ୟବହାର କରାଯିବ । ଏହିକ୍ରମରେ ଆଜି ଗଂଜାମ ଜିଲ୍ଲାପାଳ ଜିଲ୍ଲା ସଦର ମହକୁମା ଛତ୍ରପୁର ଠାରେ ଇଭିଏମ୍ ଓ ଭିଭିପ୍ୟାଟ୍ ମେସିନ୍ ର ବ୍ୟବହାର ସଂପକରେ ଭୋଟର ମାନଙ୍କ ମଧ୍ୟରେ ସଚେତନତା ପାଇଁ ସଚେତନତା ରଥର ଶୁଭାରମ୍ଭ କରିଛନ୍ତି । ସେହିଭଳି ହିଞ୍ଜିଳିକାଟୁ ଠାରେ ମଧ୍ୟ ଏକ ସଚେତନତା ରଥର ଶୁଭାରମ୍ଭ ହୋଇଛି । ହିଞ୍ଜିଳି ତହସିଲଦାର ଗୋପୀନାଥ କୁଅଁର ଏହି ସବୁଜ ପତାକା ଦେଖାଇ ଏହି ରଥର ଶୁଭାରମ୍ଭ କରିଛନ୍ତି । ମତଦାତା ମାନଙ୍କୁ ଭିଭିପ୍ୟାଟ୍ ମେସିନ୍ ର ବ୍ୟବହାର ଓ ଉପଯୋଗୀତା ସଂପର୍କରେ ଡ଼େମୋ ମାଧ୍ୟମରେ ପ୍ରଶିକ୍ଷିତ ଓ ସଚେତନ କରାଇବା ପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ବିଭିନ୍ନ ସ୍ଥାନରେ ପୂର୍ବରୁ ଏ ସଂପର୍କରେ ପ୍ରଶିକ୍ଷଣ ନେଇଥିବା ଶିକ୍ଷକ ଓ ନିର୍ବାଚନ ପରିଚାଳନା କରୁଥିବା ଅଧିକାରୀ ଓ ସରକାରୀ କର୍ମଚାରୀ ମାନଙ୍କ ଦ୍ୱାରା ସଚେତନତା ଶିବିର ଆୟୋଜନ କରାଯିବ । ଏଥିସହ ସଚେତନତା ରଥ ବ୍ଲକ୍ ର ବିଭିନ୍ନ ପଂଚାୟତ ଭ୍ରମଣ କରି ମତଦାତାଙ୍କୁ ସଚେତନ କରାଇବ । ହିଞ୍ଜିଳିକାଟୁ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏହି ସଚେତନତା କାର୍ଯ୍ୟକ୍ରମ ପାଇଁ ୭ ଟି ଟିମ୍ ଗଠନ କରାଯାଇଛି ।ସେହିପରି ଇଭିଏମ ଓ ଭିଭିପାଟର ବ୍ୟବହାର ସଂପର୍କରେ ଲୋକଙ୍କୁ ସଚେତନ କରାଇବା ପାଇଁ ଗଞ୍ଜାମ ଜିଲ୍ଲା ସଦର ମହକୁମାରୁ ବାହାରିଲା ସଚେତନତା ରଥ । ଇଭିଏମ୍ ଓ ଭିଭିପାଟ ମେସିନ୍ ସମେତ ତାହାର ବ୍ୟବହାର ସଂପର୍କରେ ଲେଖାଯାଇଥିବା ବିଭିନ୍ନ ବାର୍ତାକୁ ନେଇ ବାହାରିଥିବା ଏହି ଗାଡ଼ିକୁ ଛତ୍ରପୁର ଠାରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସବୁଜ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଉପଜିଲ୍ଲାପାଳଙ୍କ ସମେତ ବିଭିନ୍ନ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ । ଆସନ୍ତା ଫେବ୍ରୁଆରୀ ୧୫ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର  ବିଭିନ୍ନ ଗ୍ରାମ ଓ ସହରକୁ ଯାଇ ଲୋକଙ୍କୁ ଡ଼େମୋ ମାଧ୍ୟମରେ ତାହାର ବ୍ୟବହାର ସଂପର୍କରେ ବୁଝାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ରାଜ୍ୟ ନିର୍ବାଚନ କାର୍ଯ୍ୟାଳୟର ପର୍ଯ୍ୟବେକ୍ଷକ ତଥା ଡ଼େପୁଟି ସିଇଓ ଶତ୍ରୁଘନ କର, ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) କବିନ୍ଦ୍ର କୁମାର ସାହୁ, ଡ଼େପୁଟି କଲେକ୍ଟର (ନିର୍ବାଚନ) ବିଜୟାନନ୍ଦ ସେଠୀ, ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକଙ୍କ ସମେତ ଅନ୍ୟାନ୍ୟ ବିଭାଗୀ ଅଧିକାରୀ ମାନେ ଉପସ୍ଥିତ ଥିଲେ । ରିପୋର୍ଟ : ପ୍ରକାଶ ସ୍ୱାଇଁ ଓ ନିମାଇଁ ଚରଣ ପଣ୍ଡା