ହିଞ୍ଜିଳିକାଟୁ (ସମୃଦ୍ଧ ଓଡିଶା) ହିଞ୍ଜିଳିକାଟୁରେ ଉପଜିଲ୍ଲାପାଳ କୋଭିଡ ସ୍ଥିତି ସମୀକ୍ଷା କରିବା ପରେ ଆୟୁଷ ଡାକ୍ତରଙ୍କୁ ନିଯୁକ୍ତି ଦେଇଥିବା ଜଣାପଡିଛି । ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ଭୁତାଣୁ ସଂକ୍ରମଣରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଥିବା ବେଳେ ଅନ୍ୟ ପଟେ ଅଧିକରୁ ଅଧିକ ପରୀକ୍ଷା କରାଯାଉଥିବା ଯୋଗୁଁ ପଜିଟିଭି ସଂଖ୍ୟା ବୃଦ୍ଧି ପାଉଥିବା ଜିଲ୍ଲାପାଳ କହିଛନ୍ତି । ଏହାସହ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ସଂକ୍ରମିତ ସଂଖ୍ୟା ବଢିବାରେ ଲାଗିଥିବାରୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ୫ଜଣ ଆୟୁଷ ଡାକ୍ତର ଓ ଏ.ଏନ.ଏମ୍ ମାନଙ୍କୁ ନିଯୁକ୍ତି ଦିଆଯାଇଛି । ସ୍ଥାନୀୟ ଅଞ୍ଚଳରେ ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନେକ ପ୍ରକାର ଚେଷ୍ଟା କରାଯାଉଛି । ହିଞ୍ଜିଳିକାଟୁ ବ୍ଲକର ୨୧ ପଞ୍ଚାୟତରେ କୋଭିଡ୍ କେୟାର ସେଣ୍ଟର ସ୍ଥାପନ କରାଯାଇଛି । ସଂକ୍ରମଣକୁ କିପରି ରୋକି ହେବ ଓ ଅନ୍ୟାନ୍ୟ ବିଷୟକୁ ନେଇ ଆଜି ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ହିଞ୍ଜିଳି ବ୍ଲକ କାର୍ଯ୍ୟାଳୟ ପରିସରେ ସ୍ୱାସ୍ଥ୍ୟ ପରୀକ୍ଷା ଦାୟିତ୍ଵରେ ଥିବା ଡାକ୍ତରୀ ଦଳ, ଆଶାକର୍ମୀ, ଏ.ଏନ.ଏମ୍ ଓ ପ୍ରଶାସନିକ ଅଧିକାରୀ ମାନଙ୍କ ସହ ଆଲୋଚନା କରି ଅଞ୍ଚଳର ସ୍ଥିତି ସମୀକ୍ଷା କରିଥିଲେ । ଏହା ସହ କୋଭିଡ୍ କେୟାର ହୋମରେ ଥିବା ରୋଗୀଙ୍କ ଉତ୍ତମ ସେବା ପ୍ରଦାନ କରିବା କାର୍ଯ୍ୟକାରୀ ନେଇ ମଧ୍ୟ ପରାମର୍ଶ ଦେବା ସହ କୋଭିଡ୍ ମନିଟର ମାନଙ୍କୁ କାର୍ଯ୍ୟ କରିବା ପାଇଁ ଉତ୍ସାହିତ କରିଥିଲେ । ଯେଉଁମାନେ ସଂକ୍ରମିତ ଚିହ୍ନଟ ହେବା ପରେ ଲକ୍ଷଣ ପ୍ରକାଶ ନପାଇବ ସେହି ମାନେ ଘରେ ଏକାନ୍ତ ବାସ ରେ ରହିବେ ସେହି ମାନଙ୍କୁ ମେଡ଼ିସିନ୍ କିଟ୍ ପ୍ରଦାନ କରାଯିବ ସହ ସ୍ବାସ୍ଥ୍ୟ ଅବସ୍ଥା ସମ୍ପର୍କ ରେ ପଚାର ଯିବ ବୋଲି ଶ୍ରୀପୃଷ୍ଟି ସୂଚନା ଦେଇଛନ୍ତି । ପୌରାଂଚଳରେ ଆବଶ୍ୟକ ଟ୍ରାକିଂ ଓ ଟେଷ୍ଟିଂ ଅଭାବରୁ ସଂକ୍ରମିତ ଚିହ୍ନଟ ହୋଇପାରୁନଥିବା ଅଭିଯୋଗ ହୋଇଛି।ଉପଜିଲ୍ଲାପାଳଙ୍କ ଏହି ସମୀକ୍ଷା ରେ ହିଞ୍ଜିଳିକାଟୁ ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ତହସିଲଦାର ଗୋପୀନାଥ କୁଅଁର, ବେଲଗାଁ ମେଡିକାଲ୍ ଭାରପ୍ରାପ୍ତ ଅଧିକାରୀ ଡ.ଅନିଲ କୁମାର ରଥ ପ୍ରମୁଖ ଉପସ୍ଥିତି ଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା