ହିଞ୍ଜିଳିକାଟୁରେ ପଥ ମହୋତ୍ସବ ଅନୁଷ୍ଠିତ …

ହିଞ୍ଜିଳିକାଟୁ (ସମୃଦ୍ଧ ଓଡିଶା) ହିଞ୍ଜିଳିକାଟୁ ସହରର ୫୯ନଂ ରାଜପଥର ରାଜାସାହି ଠାରୁ ବଇଞ୍ଚବଣିଆ ପ୍ରାୟ ଦେଢ଼ କିମି ରାସ୍ତାରେ ଗତକାଲି ପ୍ରଥମ ଥର ପାଇଁ ପଥ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ବ୍ୟକ୍ତି ନିଜ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ । ସକାଳ ୬ଟାରୁ ମଧ୍ୟାହ୍ନ ପ୍ରାୟ ୧୨ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗେ, ଡ଼ିଆରଡିଏ ପିଡି ଇଂ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଏପିଡ଼ି ପ୍ରିୟରଞ୍ଜନ ପୃଷ୍ଟି, ଛତ୍ରପୁର ଉପଜିଲ୍ଲାପାଳ ଦେବବ୍ରତ ସାହୁ, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ପରିଷଦ ପିଡି ସବ୍ୟସାଚୀ ହୋତା, ପଥ ମହୋତ୍ସବର ଅଧ୍ୟକ୍ଷ ପ୍ରସନ୍ନ କୁମାର ପାତ୍ର, ତହସିଲଦାର ଗୋପୀନାଥ କୁଅଁର, ଆସିକା ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ ପୌରାଞ୍ଚଳ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ପଣ୍ଡା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏଥିରେ ଗୀତ, ନୃତ୍ୟ, ଫ୍ୟାନସି ଡ୍ରେସ, ମହିଳାଙ୍କ ପାଇଁ ମ୍ୟୁଜିକ ଚେୟାର, ଦୌଡ଼ି ଡିଆଁ, ଯୋଗାସନ, ଝୋଟି, କୁଇଜ, ଚିତ୍ରାଙ୍କନ ସହ ଲୋକନୃତ୍ୟ, ସେଲ୍ଫି ଷ୍ଟାଣ୍ଡ, ବୟସ୍କଙ୍କ ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା ଆଦି କରାଯାଇଥିଲା । ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣାଙ୍କ ବାଲୁକା କଲା ଓ ଦେଶର ଚର୍ଚ୍ଚିତ ଗୁଗୁଲ ଗାର୍ଲ ମେଘାଳି ମାଳବୀକା ସ୍ୱାଇଁ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଆକର୍ଷଣ ସାଜିଥିଲେ । ପ୍ଲାଷ୍ଟିକ ମୁକ୍ତ ପରିବେଶ, ନିଶା ନିବାରଣ, ଚାରାରୋପଣ ଓ ସ୍ୱଚ୍ଛତା ବାର୍ତ୍ତା ନେଇ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଚିତ୍ରାଙ୍କନ ଓ ନାଟକ ପରିବେଷଣ ହୋଇଥିଲା । ଛୋଟ ପିଲାମାନେ ସ୍କେଟିଂର ଷ୍ଟଣ୍ଟ ଦେଖାଇଥିଲେ । ତ୍ରିରଙ୍ଗା ଯୁବକ ସଂଘ, ପ୍ରେସ କ୍ଳବ, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ, ଓକିଲ ସଂଘ, ବିଜୁ ଯୁବ ବାହିନୀ, ଲକ୍ଷ୍ମୀନୃସିଂହ ଭଜନ ସଂଘ, କଲା ମନ୍ଦିର, ନୃତ୍ୟମ ଅନୁଷ୍ଠାନ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହ ଶେରଗଡ଼ ଆଇଆଇସି ବିଶ୍ୱ ରଞ୍ଜନ ନାୟକ, ଏସଆଇ ଝସକେତନ ଭୋଇ, ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଶରତ ମହାପାତ୍ର, ପୂର୍ବତନ ଉପାଧ୍ୟକ୍ଷ ପବିତ୍ର ପାଣିଗ୍ରାହୀ, ସୁବାଷ ପଲାଇ, ଭୀମସେନା ବେହେରା, ଦେବାନନ୍ଦ ମହାପାତ୍ର, ରଞ୍ଜନ ସାହୁ, ସଞ୍ଜୟ ପଣ୍ଡା, ପ୍ରିୟଦର୍ଶୀ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାର ସହଯୋଗ କରିଥିଲେ ।

ରିପୋର୍ଟ : ଜିଲ୍ଲା ସତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା