



ହିଞ୍ଜିଳିକାଟୁ(ସମୃଦ୍ଧ ଓଡିଶା)ପୂର୍ବଖଣ୍ଡ ତାଲୁକା ବିଶ୍ୱକର୍ମା ସମାଜ ଦ୍ୱାରା ମହାଆଡମ୍ବର ସହକାରେ ଦେବଶିଳ୍ପୀ ବିଶ୍ୱକର୍ମା ବାରହୀ ପାହାଡ଼ ନିକଟସ୍ଥ ବିଶ୍ୱକର୍ମା ମଦିରରେ ପୂଜା ଉତ୍ସବ ପାଳିତ ହୋଇଯାଇଛି । ଏହି ପୂଜା ଉତ୍ସବ ଅବସରରେ ପୂର୍ବଖଣ୍ଡ ତାଲୁକା ଅନ୍ତର୍ଗତ ୬୦ଖଣ୍ଡ ଗ୍ରାମର ଜାତି ଭାଇ ଓ ମନ୍ଦିର ପରିଚାଳନା କମିଟିର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ । ତାଲୁକାର ଭଲ ମନ୍ଦ ବିଷୟରେ ସାମୁହିକ ଆଲୋଚନା ପରେ ଅଞ୍ଚଳ ଦାୟିତ୍ୱରେ ଥିବା ସଦସ୍ୟ ମାନଙ୍କୁ ସମ୍ମାନିତ ପୂର୍ବକ ଉତ୍ସବ କାର୍ଯ୍ୟ ଆରମ୍ଭ କାରାଯାଇଥିଲା । ମନ୍ଦିର କମିଟିର ସଭାପତି ସିମାଞ୍ଚଳ ମହାରଣାଙ୍କ ସଭାପତିତ୍ୱରେ ସଭା ଉତ୍ସବ କାର୍ଯ୍ୟ ଆରମ୍ଭ ହୋଇଥିଲା । ମୁଖ୍ୟ ଅତିଥି ଭାବେ ବିଶ୍ୱକର୍ମା ସମାଜ ଜିଲ୍ଲା ସଭାପତି ଶ୍ରୀ ଅଜୟ କୁମାର ମହାରଣା ଉତ୍ସବରେ ଯୋଗ ଦେଇଥିଲେ ।ମଞ୍ଚାସିନ ଅତିଥି ଭାବେ ପୂର୍ବଖଣ୍ଡ ତାଲୁକାର ରାଜଶ୍ରୀ କୃଷ୍ଣ ମହାରଣା, ରାଜଶ୍ରୀ କୃଷ୍ଣଚନ୍ଦ୍ର ମହାରଣା, ରାଜଶ୍ରୀ ତ୍ରିନାଥ ମହାରଣା ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ସେହିପରି ଶେରଗଡର ରାଜଶ୍ରୀ ରାମହାରି ମହାରଣା, ସୋରଡା ଗ୍ରାମାଞ୍ଚଳ ସମ୍ପାଦକ ଗୌରାଙ୍ଗ ମହାରଣା,ମହୁରୀ ରାଜଶ୍ରୀ ଉପେନ୍ଦ୍ର ମହାରଣା, ମଦିର ଉପଦେଷ୍ଟା ଚିତ୍ତରଞ୍ଜନ ମହାରଣା, ଆଠଗଡ ସଭାପତି ବିଭୁତି ମହାରଣା, ଗଞ୍ଜାମ ଜିଲ୍ଲା ବିଶ୍ୱକର୍ମା ସମାଜର ଉପଦେଷ୍ଟା ସିମାଞ୍ଚଳ ମହାରଣା, ସଂଗଠନ ସମ୍ପାଦକ ସୁଶାନ୍ତ ମହାରଣା, କୋଷାଧ୍ୟକ୍ଷ ପ୍ରମୋଦ ମହାରଣା ପ୍ରମୁଖ ମଞ୍ଚାସିନ ଥିଲେ । ଅଞ୍ଚଳର ତଥା ସମାଜର ବିଭିନ୍ନ ବିଷୟରେ ଆଲୋଚନା ସହ ଜିଲ୍ଲା ସଭାପତି ସମସ୍ତ ପୂର୍ବଖଣ୍ଡ ବିଶ୍ୱକର୍ମା ସମାଜର ଉତ୍ତୋରତର ଶୁଭକାମନା କରିଥିଲେ । ପରିଶେଷରେ ଚଳିତ ବର୍ଷ ଶିକ୍ଷା ଓ କଳା କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରିଥିବା ସମାଜର ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ସହ ପୁରସ୍କୃତ କାରାଯାଇଥିଲା । ସଭା ପରି ଶେଷରେ ବନ୍ଧୁ ମିଳନ ସହ ପ୍ରସାଦ ସେବନର କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା l
ରିପୋର୍ଟ୍ : ରଜତ ପଟ୍ଟନାୟକ