ହିଞ୍ଜିଳିକାଟୁରେ ବିଜେଡିର ଜନସମ୍ପର୍କ ପଦଯାତ୍ରା…

ହିଞ୍ଜିଳିକାଟୁ(ସମୃଦ୍ଧ ଓଡିଶା)ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁରେ ବିଜୁ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବିଜୁ ଜନତା ଦଳର ଯୁବ ସଭାପତି ସଂଜୟ କୁମାର ପଣ୍ଡାଙ୍କ ନେତୃତ୍ୱରେ ଶତାଧିକ ମହିଳା ଓ ପୁରୁଷ କର୍ମୀ ହିଞ୍ଜିଳିକାଟୁ ପୂର୍ତ୍ତବିଭାଗ ଡାକବଙ୍ଗଳା ଠାରୁ ଏକତ୍ରିତ ହୋଇ ପଦଯାତ୍ରାରେ ସହର ପରିକ୍ରମା କରିଥିଲେ । ପଦଯାତ୍ରାରେ ନବୀନ ପଟ୍ଟନାୟକ ଙ୍କ ଗୁଣଗାନ ସହ ସରକାରଙ୍କ ଜନହିତକର କାର୍ଯ୍ୟ ଗୁଡିକୁ ଜନସଚେତନତା ସୃଷ୍ଟି କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧୀ ଶରତ ଚନ୍ଦ୍ର ମହାପାତ୍ର, ବିଜେଡି ନଗର ସଭାପତି ଭିମସେନ ବେହେରା, ବ୍ଳକ ଅଧ୍ୟକ୍ଷ ଏନ ରଘୁନାଥ, ବ୍ଳକ ବିଜେଡି ସଭାପତି ସୁରେନ୍ଦ୍ର ନାଥ ପ୍ରଧାନ, ବରିଷ୍ଠ ନେତା ଡି ବିଶ୍ବନାଥ,ବ୍ଳକ ଯୁବ ସଭିପତି ମନୋଜ କୁମାର ସାବତ, ବିଜେଡି ନେତା ଅଜୟ କୁମାର ମହାରଣା, କାଉନସିଲର କାହ୍ନୁ ଚୈଧୁରି, ମାନସ ବେହେରା, ଯୁଧିଷ୍ଠିର ସ୍ବାଈଁ, ମୁନିସିପାଲଟି ଉପାଧ୍ୟକ୍ଷ ସୁବାସ ପୋଲାଇ, କୋରାମଣି ରାଉଳ, ରଞନ ପ୍ରଧାନ, ନୀଳମଣୀ ପଟ୍ଟନାୟକ, କିରଣ କୁମାର ପଟ୍ଟନାୟକ, ରଣଜିତ ପାଢୀ, ପ୍ରଫୁଲ ଜେନା , ସୁସାନ୍ତ ପ୍ରଧାନଙ୍କ ସମେତ କାଉନସିଲର, ସରପଞ୍ଚ, ସମିତିସଭ୍ୟ ମାନେ ଯୋଗଦେଇଥିଲେ ।

ରିପୋର୍ଟ:ପ୍ରକାଶ ସ୍ୱାଇଁ