ଛତ୍ରପୁର (ସମୃଦ୍ଧ ଓଡିଶା) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୧୯ବର୍ଷ ହେଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀରୁ ରିତିମତ ଭାବେ ଲଗାତାର ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହୋଇ ଆସୁଥିବାରୁ ରାଜ୍ୟର କୌଣସି ତୁଙ୍ଗନେତା ତାଙ୍କ ବିରୁଦ୍ଧରେ ଲଢ଼ିବାକୁ ସାହାସ କରିପାରୁ ନ ଥିବାବେଳେ ଗତକାଲି ବିଜେପି ଏକ ବିସ୍ମୟକର ବଡ ଧରଣର ପଦକ୍ଷେପ ନେଇଛି ବୋଲି ଗଞ୍ଜାମ ଜିଲ୍ଲାରେ ବୁଦ୍ଧିଜୀବୀ ମହଲରେ ଚହଳ ସୃଷ୍ଟି ହୋଇଛି । ଓଡିଶା ହାଇକୋର୍ଟର ବରିଷ୍ଟ ଆଇନଜୀବୀ ତଥା ଭାରତୀୟ ଜନତା ପାର୍ଟିର ରାଜ୍ୟ ଉପସଭାପତି ପିତାମ୍ବର ଆଚାର୍ଯ୍ୟଙ୍କୁ ବିଜେପି ଏଠାରେ ପ୍ରାର୍ଥୀ କରି ରାଜନୀତିକୁ ସରଗରମ କରିଦେଇଛି । ମୁଖ୍ୟମନ୍ତ୍ରୀ ନବୀନଙ୍କ ସହ ଲଢ଼ିବାପାଇଁ ଆଜିଯାଏଁ କେହି ତୁଙ୍ଗନେତା ସାହସ କରୁ ନ ଥିଲେ । ତାଙ୍କ ସହ ଜଣେ ବରିଷ୍ଟ ନେତା ଲଢ଼ିବା କିଛି କମ କଥାନୁହେଁ । କେଡେ କେଡେ ରଥି ମହାରଥୀ ଵାହସପଟ ମାରି ସାହସ କରିପାରି ନାହାନ୍ତି । ସେଇଥିପାଇଁ ଆଜିଯାଏଁ ସବୁ ଦଳ ଦୁର୍ବଳ ପ୍ରାର୍ଥୀ ଦେଇ ଆସୁଥିଲେ । ତଥାକଥିତ ଗଞ୍ଜାମ ଟାଇଗର ରାମକୃଷ୍ଣ ପଟ୍ଟନାୟକ ମଧ୍ୟ ବାହାସପଟ ମାରିଥିଲେ ମଧ୍ୟ ସାହସ କରି ପାରି ନ ଥିଲେ । ବର୍ତମାନ ବିଜେପିର ଏହି ବରିଷ୍ଠ ନେତା କିପରି ନବୀନ ବାବୁଙ୍କ ସହ ଲଢେଇ କରିବେ ସେନେଇ ଏବେ ଚର୍ଚ୍ଚା ଜୋର ଧରିଛି।ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଯୋଗଦେବା ଦିନଠାରୁ ପିତାମ୍ବର ବାବୁ ନବୀନଙ୍କ ଦୁର୍ନୀତିର ମୁଖା ଖୋଲି ଚାଲିଛନ୍ତି । ଜଣେ ଉଚ୍ଚକୋଟିର ଆଇନଜୀବୀ ହୋଇଥିବାରୁ ସେ ହିଁ ନବୀନଙ୍କ ସହ ଲଢ଼ିବାକୁ ସାହସ କରି ଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି, ନ ହେଲେ ପ୍ରଶାସନ ନାକେଦମ କରିଦେବ ବୋଲି ମଧ୍ୟ ଆଲୋଚନା ହୋଉଛି । ତେବେ ବିଜେପି ପିତାମ୍ବର ବାବୁଙ୍କୁ ନବୀନଙ୍କ ବିରୁଦ୍ଧରେ ହିଞ୍ଜିଳିରୁ ପ୍ରାର୍ଥୀ କରି ଜିଲ୍ଲାରେ ବିଜେପିର ସାହସ ଓ ନେତୃତ୍ୱକୁ ବଢ଼େଇ ଦେଇଛି । ଆଜି ପିତାମ୍ବର ବାବୁ ହିଞ୍ଜିଳିରୁ ବିରାଟ ଶୋଭାଯାତ୍ରାରେ ଆସି ଛତ୍ରପୁର ଉପଜିଲ୍ଲାପାଳଙ୍କୁ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିବେ । ତାଙ୍କ ସହ ରାଜ୍ୟ ବିଜେପିର ବହୁ ତୁଙ୍ଗନେତା ଯୋଗଦେଉଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଯୋଗ ଦେବେବୋଲି ଜଣାପଡିଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା