


ବ୍ରହ୍ମପରୁ (ସମୃଦ୍ଧ ଓଡିଶା) ଗତକାଲି ବ୍ରହ୍ମପୁର ଗଞ୍ଜାମ କଳା ପରିଷଦ ସଭା ଗୃହରେ ଶିବସେନାଙ୍କର ମୁଖ୍ୟ ସଂସ୍ଥାପକ ସ୍ୱର୍ଗତ ବାବାସାହେବ ଠାକରେଙ୍କ ୬ଷ୍ଟ ତମ ପୂଣ୍ୟତିଥୀ ଅବସରରେ ଏକ ସ୍ମୃତି ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ଦଳର ପ୍ରମୁଖ କର୍ମକର୍ତ୍ତାଙ୍କ ସହ ଅନ୍ୟାନ୍ୟ ନିମନ୍ତ୍ରିତ ଅତିଥି ବୃନ୍ଦ ଯୋଗଦାନ କରିଥିଲେ । ସଭାରେ ତାଙ୍କର ଜୀବନୀ ଓ କାର୍ଯ୍ୟକଳାପ ଉପରେ ଆଲୋଚନା କରାଯାଇଥିଲା । ସଭାରେ ସ୍ୱର୍ଗତ ବାବାସାହେବ ଠାକରେଙ୍କ ପୁର୍ଣ୍ୟତ୍ମାପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା । ଏହି ସ୍ମୃତି ସଭାରେ ବିଭିନ୍ନ ପ୍ରତିଷ୍ଠିତ ଗଣମାଧ୍ୟମର ପ୍ରତିନିଧିମାନେ ଅଂଶ ଗ୍ରହଣ କରିଥିଲେ । ସଭା ଶେଷରେ ଉପସ୍ଥିତ ବ୍ୟକ୍ତି ବୃନ୍ଦମାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା
