ହିନ୍ଦୋଳ(ସମୃଦ୍ଧଓଡିଶା)-ହିନ୍ଦୋଳ ସିଭିଲ କୋର୍ଟ ପରିସର ମଧ୍ୟରେ ଆଜି ଭାରତୀୟ ସମ୍ବିଧାନ ଦିବସ ପାଳିତ ହୋଇଯାଇଅଛି!ହିନ୍ଦୋଳ କୋର୍ଟ ସିନିଅର ସିଭିଲ ଜଜ ତଥା ତାଲୁକ ଆଇନ ସେବା ସମିତିର ଅଧକ୍ଷା ବିଚାରପତି ଶ୍ରୀମତୀ ରୋଜି ତ୍ରିପାଠୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବ ରେ ବରିଷ୍ଟ ଆଇନଜୀବି ମାନେ ଯୋଗ ଦେଇ ସାମ୍ବିଧାନିକ ଅଧିକାର ସହିତ ଭାରତବର୍ଷର ପ୍ରତ୍ୟେକ ନାଗରିକ ନିଜ ନିଜର କର୍ତ୍ତବ୍ୟ ପାଳନ କରିବା ପାଇଁ ବ୍ରତୀ ହେବାପାଇଁ ଆହ୍ୱାନ ଦେଇଥିଲେ!ଅନୁଷ୍ଠିତ କାର୍ଯ୍ୟକ୍ରମରେ ହିନ୍ଦୋଳ କୋର୍ଟର ଏସଡିଜେଏମ ଶ୍ରୀମତୀ ପ୍ରତ୍ୟୁଷା କିରଣ ଯୋଗ ଦେଇ ତାଙ୍କ ଅଭିଭାଷଣ ରେ ସମ୍ବିଧାନ ଦିବସର ଗୁରୁତ୍ୱ ଓ ତାତ୍ପର୍ଯ୍ୟ ବିଷୟରେ ଆଲୋକପାତ କରିଥିଲେ!ହିନ୍ଦୋଳ ବାରଆସୋସିଏସନ ର ସମ୍ପାଦକ ସଂଜୟ କୁମାର ପଟ୍ଟନାୟକ ତାଙ୍କ ଅଭିଭାଷଣରେ ସାମ୍ବିଧାନିକ ଅଧିକାର ଏବଂ ନାଗରିକ କର୍ତ୍ତବ୍ୟ ବିଷୟରେ ବିଷଦ ଭାବରେ ବର୍ଣ୍ଣନା କରିଥିଲେ!ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ବ୍ରହ୍ମାନନ୍ଦ ପଟ୍ଟନାୟକ, ଅରୁଣ କୁମାର ଦାସ, ଅଶ୍ୱିନୀ କୁମାର ମହାପାତ୍ର, ଦେବାନନ୍ଦ ପଟ୍ଟନାୟକ, ପ୍ରକାଶ ଚନ୍ଦ୍ର ନାୟକ, ପ୍ରଶାନ୍ତ କୁମାର ସାହୁ, ସୁଶାନ୍ତ କୁମାର ମିଶ୍ର, କ୍ଷିତୀଶ କୁମାର ସର, ବିଶ୍ୱଜିତ କୁମାରଙ୍କ ସହିତ କୋର୍ଟ ଷ୍ଟାଫ ଗଙ୍ଗାଧର ସାହୁ, ତୃପ୍ତିଲିପ୍ସା ସାହୁ, ଜିତେନ୍ଦ୍ର ବିଶ୍ୱାଳ, ଶୁଭମ ଦାସ, ଆଲୋକ କାଞ୍ଜିଆ,ଆକର୍ଷଣ ବେହେରା,ଆନନ୍ଦ ମେହେଟା,ରଂଜିତ ନାୟକ, ପ୍ରେମୀ ପ୍ରଧାନ,ଦୀପକ ଭୋଇ , ଅରୁଣ ସେଠି ଙ୍କ ସହିତ ହିନ୍ଦୋଳର ଅନେକ ଜନସାଧାରଣ ଯୋଗ ଦେଇଥିଲେ !
ରିପୋର୍ଟ : ରଜତ ମହାପାତ୍ର